ବାଣୀବିହାର କ୍ୟାମ୍ପସ ପରିସରରୁ ଝୁଲନ୍ତା ମୃତଦେହ ଉଦ୍ଧାର : ମିଳିଲା ମୃତଦେହର ପରିଚୟ
Khabar Odisha:Mystery-shrouds-mans-death-on-Utkal-University-campus-in-Bhubaneswar
ଖବର ଓଡିଶା : 25/05/2023

ଭୁବନେଶ୍ୱର ବାଣୀବିହାର କ୍ୟାମ୍ପସର ଜଗନ୍ନାଥ ମନ୍ଦିର ପଛପଟୁ ଯୁବକଙ୍କ ଝୁଲନ୍ତା ମୃତଦେହ କରାଯାଇଛି। ମୃତକଙ୍କ ପରିଚୟ ମିଳିଛି l ମୃତକ ଜଣକ ହେଉଛନ୍ତି ପିପିଲି ଦାଣ୍ଡମୁକୁନ୍ଦପୁରର ୨୧ ବର୍ଷୀୟ ଉତ୍ତମ ନାୟକ । ଉତ୍ତମ ନିଜ ପରିବାର ସହ ବାଣୀବିହାର କ୍ୟାମ୍ପସରେ ରହୁଥିବା ବେଳେ ଦିନ ମଜୁରିଆ ଭାବେ କାମ କରୁଥିଲେ l ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ କାଳିଆ ଘରେ ଥିଲେ। ଆଜି ସକାଳେ ତାଙ୍କ ମୃତଦେହ ଜଗନ୍ନାଥ ମନ୍ଦିର ପଛପଟୁ ମିଳିଥିଲା। କାଳିଆଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ମୃତଦେହ ନିକଟରୁ ନାଲି ଗାମୁଛା ମିଳିଛି। ସକାଳୁ ସକାଳୁ ତାଙ୍କର କିଭଳି ମୃତ୍ୟୁ ହେଲା ସେ ନେଇ କାହାକୁ ଜଣାନଥିବା କହିବା ସହ ପୁଅକୁ କେହି ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଘଟଣାସ୍ଥଳରେ ସହିଦନଗର ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ଘଟଣାର ଛାନଭିନ୍ ଆରମ୍ଭ କରିଛି । 

Subscribe

National International State Sports Entertainment