ପୂର୍ବ ଶତ୍ରୁତାରୁ ବିଭତ୍ସ ହତ୍ୟାକାଣ୍ଡ, ଟାଙ୍ଗିଆରେ ହାଣି ହତ୍ୟା ସହ ମୃତକଙ୍କ ଘର ପୋଡିଦେଲା ଅଭିଯୁକ୍ତ
Khabar Odisha:Murder-in-Sundargarh-district
ଭୁବନେଶ୍ୱର, ଜାନୁଆରୀ 18 (ଖବର ଓଡିଶା) :

 ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୁନ୍ଦରଗଡ ଜିଲ୍ଲାରେ ବିଭତ୍ସ ହତ୍ୟାକାଣ୍ଡ   ରାଉରକେଲା ମହୁଲପଦା ଥାନା ଅନ୍ତର୍ଗତ ଫୁଲଝର ପଞ୍ଚାୟତର ପଟାମୁଣ୍ଡ ଗ୍ରାମରେ ଚାଷ ଜମିକୁ ଯାଇଥିବା ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି 

ପଟାମୁଣ୍ଡ ଗ୍ରାମର କାଳିଆ ଦେହୁରୀ ଚାଷ ଜମିକୁ ଯାଇଥିବା ବେଳେ ସେହି ଗ୍ରାମର ଟାଂଗୁରୁ ଗିରି  ଏକ ଟାଙ୍ଗିଆ ଧରି ସେଠାରେ ପହଞ୍ଚିଥିଲେ  । କାଳିଆ ଦେହୁରୀକୁ ଟାଙ୍ଗିଆରେ ଚୋଟ ମାରି ହତ୍ୟା କରିଥିଲା ଟାଂଗୁରୁ  । ଏହା ପରେ ବି ରାଗ ଶାନ୍ତ ନହେବାରୁ ପୁଣି କାଳିଆ ଦେହୁରୀର ଘରକୁ ପୋଡି ଜାଳି ଦେଇଥିଲା ଟାଂଗୁରୁ  । ମୃତକଙ୍କ ବୟସ ୫୫  । ଏନେଇ ଆଜି ସକାଳେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ଟାଂଗୁରୁ ଗିରିକୁ ଥାନାରେ ଅଟକ ରଖି ପଚନାଉଚରା କରିବା ସହ ତଦନ୍ତ ଆରମ୍ଭ କରିଛି ପୋଲିସ   ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି 

 

  • Tags:

Subscribe

National International State Sports Entertainment