ପୋଲିସର ନିଷ୍କ୍ରିୟତା ଯୋଗୁଁ ନାବାଳିକାର ଆତ୍ମହତ୍ୟା
Khabar Odisha:Minor-girl-commits-suicide-in-Dhenkanal
ଢେଙ୍କାନାଳ, ଜୁଲାଇ ୩୦ (ଖବର ଓଡ଼ିଶା):

ନାବାଳିକାଙ୍କୁ ବାରମ୍ୱାର ଅସଦାଚରଣ ଓ ଫାଣ୍ଡିରେ ଏତଲା ପରେ ପୋଲିସର ନିଷ୍କ୍ରିୟତା ଯୋଗୁଁ ବିଷ ପିଇ ନାବାଳିକା ଆତ୍ମହତ୍ୟା କରିଥିବା ଅଭିଯୋଗ । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଭାପୁର ଫାଣ୍ଡି ଅଞ୍ଚଳରେ । ସୂଚନା ଅନୁଯାୟୀ ଏହି ଅଞ୍ଚଳର ଜଣେ ଯୁବକ ଗତ ୬ ତାରିଖ ଦିନ ନାବାଳିକା ଜଣକ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ପାଣି ପିଇବା ବାହାନାରେ ଅସଦାଚରଣ କରିଥିଲେ । ଏହି ଘଟଣାକୁ ନେଇ ପରିବାର ପକ୍ଷରୁ ଗତ ୬ ତାରିଖ ଦିନ ଭାପୁର ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଥିଲା । ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ସଂମ୍ପୃକ୍ତ ଯୁବକ ନାବାଳିକାଙ୍କୁ ବାରମ୍ୱାର ଅସଦାଚରଣ କରିଥିଲା । ଏହି ଘଟଣାରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ଅପମାନ ସହି ନ ପାରି ନାବାଳିକା ଜଣକ ଆଜି ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣା ସ୍ଥଳରେ ପଂହଚି ଶବ ଜବତ କରି ବ୍ୟବଛେଦ କରିବା ପରେ ସଂମ୍ପୃକ୍ତ ନାବାଳିକାଙ୍କ ଶବ ଦାହ କରାଯାଇଛି । ଏହି ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରାଯିବ ବୋଲି ଢେଙ୍କାନାଳ ଏସପି କହିଛନ୍ତି ।

  • Tags:

Subscribe

National International State Sports Entertainment