ନୂଆବର୍ଷ ଆରମ୍ଭରୁ ଲାଲବାହିନୀର ବର୍ବରତା, ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କଲେ ମାଓବାଦୀ ମାଲକାନଗିରି, ଜାନୁଆରୀ ୦୨(ଖବର ଓଡିଶା): Share story: ନୂଆବର୍ଷ ଆରମ୍ଭରୁ ଲାଲବାହିନୀର ବର୍ବରତା । ପୋଲିସ ଇନଫର୍ମର ସନ୍ଦେହରେ ମୁଣ୍ଡ ନେଲା ଲାଲବାହିନୀ । ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲା ବାସାଗୁଡା ଥାନା ତିମାପୁର ଗାଁରେ ଗତକାଲି ବିଳମ୍ବିତ ରାତିରେ ଜଣେ ଗ୍ରାମବାସୀଙ୍କ ଗଳା କାଟି ମାଓବାଦୀ ହତ୍ୟା କରିଛନ୍ତି । ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବାସାଗୁଡା ଥାନା ତିମାପୁର ଗାଁରେ ୫ରୁ ୬ ଜଣ ସଶସ୍ତ୍ର ମାଓବାଦୀ ହେମନ୍ତ ବଡି ନାମକ ଜଣେ ମାନସିକ ବିକାରଗ୍ରସ୍ତ ଗ୍ରାମବାସୀଙ୍କୁ ଘରୁ ଡାକି ନେଇ ଗାଁ ମୁଣ୍ଡରେ ହତ୍ୟା କରିଛନ୍ତି । ହତ୍ୟା ପରେ ଶବ ନିକଟରେ ଏକ ଚିଠି ମଧ୍ୟ ଛାଡିଛନ୍ତି । ଘଟଣାସ୍ଥଳରେ ସୁରକ୍ଷା କର୍ମୀ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବିଜାପୁର ଏସପି କୋମଲ ଲୋଚନ କାଶ୍ୟପ ସୂଚନା ଦେଇଛନ୍ତି । ହେମନ୍ତ ବଡିଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରାଯାଇଥିବା ସୂଚନା ମିଳିଛି । ଖବର ଓଡ଼ିଶା, Reporter, 02/01/2022