ପାରାଦୀପ: ହୋଟେଲ ସନ୍ତୋଷ ପ୍ଲାଜା ଛାତ ଉପରେ ଝୁଲନ୍ତା ଅବସ୍ଥାରେ ଯୁବକର ମୃତ ଦେହ ଉଦ୍ଧାର କରାଯାଇଛି l ହତ୍ୟା ସନ୍ଦେହରେ ଦୁଇଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ l ମୃତ ଯୁବକ ଜଣକ ପଶ୍ଚିମବଙ୍ଗ ଅଞ୍ଚଳର ସୁମନ କୋନର । ହୋଟେଲର ଗୋଟିଏ ରୁମରେ ତିନିଜଣ ବ୍ୟକ୍ତି କିଛିଦିନ ହେବ ଏକ କମ୍ପାନୀ ପ୍ରୋଜେକ୍ଟ କାମରେ ପାରାଦୀପ ଆସି ଉକ୍ତ ହୋଟେଲରେ ରହୁଥିଵା ବେଳେ, ଜଣେ ବ୍ୟକ୍ତିଙ୍କ ସନ୍ଦେହ ଜନକ ଭାବରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଜବତ ହୋଇଛି l ଘଟଣା ସ୍ଥଳରେ ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ଆଦର୍ଶ ଥାନା ପୋଲିସ ଦୁଇଜଣଙ୍କୁ ସନ୍ଦେହରେ ଅଟକ ରଖି ପଚରା ଉଚରା ଆରମ୍ଭ କରିଛି l ଶ୍ରମିକଙ୍କ ମୃତ୍ୟୁକୁ ନେଇ ସୁଶାନ୍ତ ଘୋଷ, ରାଜ ଚାଟର୍ଜି ଓ ଜଣେ ହୋଟେଲ୍ କର୍ମଚାରୀଙ୍କୁ ଅଟକ ରଖି ତଦନ୍ତ ଚାଲିଛି l ଘଟଣାସ୍ଥଳରେ ସାଇଣ୍ଟିଫିକ ଦଳ ଆସିବା ପରେ ଘଟଣାର ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ l ତେବେ ମୃତକଙ୍କ ସହିତ ଅଟକ ଥିବା ଦୁଇଜଣ ବ୍ୟକ୍ତି ପଶ୍ଚିମବଙ୍ଗର ବୋଲି ଜଣାପଡିଛି ।