ପାଟଣାଗଡରୁ ବଡ ଧରଣର ଲୁଟ ; ବୋମା ମାଡ କରି ଲକ୍ଷାଧିକ ଲୁଟିଲେ ର୍ଦୁବୃତ୍ତ
Khabar Odisha:Large-scale-looting-from-Patnagarh-The-bomber-struck-shortly-after-noon-in-front-of-a-crowd-of-protesters
ବଲାଙ୍ଗିର, ଜାନୁଆରୀ ୨୩ (ଖବର ଓଡ଼ିଶା):

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଧଣ୍ଡାମୁଣ୍ଡା ପଞ୍ଚ।ୟତର ଶାନ୍ତିପୁର ଗାଁର ଭରତ ସାହୁଙ୍କ ବାସଭବନରେ ଗତ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଡକାୟତି ହୋଇଥିବା ଜଣାପଡିଛି । ଭରତ ସାହୁଙ୍କ ଅଭିଯୋଗ ପରେ ଖପ୍ରାଖୋଲ ପୋଲିସ ଆଜି ସକାଳୁ ଉକ୍ତ ଗାଁକୁ ପହଞ୍ଚି ତଦନ୍ତ କରୁଥିବା ବେଳେ ବଲାଙ୍ଗିର ଏସପି ନିତିନକୁଶଳ ଦୁଗୁଡୁ ପହଞ୍ଚି ଅଧିକ ଛାନ ଭିନ ଚଳାଇଛନ୍ତି । ସୂଚନା ଅନୁସାରେ, ଡକାୟତି ପୁର୍ବରୁ ଡ଼କାୟତ ମାନେ ଗାଁର ଏକ ଘର ଉପରକୁ ବୋମା ମାଡ଼ କରି ଲୋକଙ୍କୁ ଭୟଭୀତ କରିଥିଲେ । ପରେ ୧୮ ରୁ ୨୦ ଜଣ ଡ଼କାୟତ ପ୍ରଥମେ ଭରତ ସାହୁଙ୍କ କବାଟ ଭାଙ୍ଗି ଭିତରକୁ ପସି ଭରତ ସାହୁର ପୁଅ ଚନ୍ଦ୍ରକାନ୍ତ ସାହୁଙ୍କୁ ମାଡ଼ ମାରିବା ପରେ ଅନ୍ୟ କୋଠରୀରୁ ନଗଦ ୬ ଲକ୍ଷ ଟଙ୍କା ସହ ବହୁ ପରିମାଣର ସୁନା ଲୁଟି ନେଇଛନ୍ତି । ଘଟଣା ସ୍ଥଳରେ ବଲାଙ୍ଗିର ସଦର ଏସ ଡି ପି ଓ ଶ୍ରୀମନ୍ତ ବାରିକ ଓ ପାଟଣାଗଡ଼ ଏସ ଡି ପି ଓ ସୁରେଶ ନାୟକ ସହ ପାଟଣାଗଡ଼ ବେଳପଡା ଖପ୍ରାଖୋଲ ଓ ଲରମ୍ଭା ଥାନା ଅଧିକାରୀ ମାନେ ପହଞ୍ଚି ଏକ ତିନି ଜଣିଆ ଟିମ କରି ଅଧିକ ଛାନଭିନ କରୁଥିବା ସୂଚନା ମିଳିଛି । ବଲାଙ୍ଗିରରୁ ସାଇଣ୍ଟିକଫିକ ଦଳ ମଧ୍ୟ ଆସି ଘରେ ଥିବା ଜିନିଷପତ୍ର ପରୀକ୍ଷା କରୁଥିବା ଦେଖିବାକୁ ମିଳିଛି ।

  • Tags:

Subscribe

National International State Sports Entertainment