ଲାଲବାଗ ପୋଲିସକୁ ମିଳିଛି ବଡ ସଫଳତା, ୫ ବନ୍ଧୁକ ସହ ୩୦ ରାଉଣ୍ଡ ଗୁଳି ଜବତ
Khabar Odisha:Lalbagh-police-were-successful-seizing-30-rounds-of-ammunition-with-five-guns
କଟକ, ନଭେମ୍ବର ୧୬(ଖବର ଓଡିଶା):

ଲାଲବାଗ ପୋଲିସକୁ ମିଳିଛି ବଡ ସଫଳତା । ଲାଗବାଗ ପୋଲିସ ୫ଟି ବନ୍ଧୁକ ସହ ୩୦ ରାଉଣ୍ଡ ଗୁଳି ଜବତ କରିଛି । ଏହାସହିତ ଏକ କାର ମଧ୍ୟ ପୋଲିସ ଜବତ କରିଛି । ମାମଲାରେ ଏକାଧିକ ଅଭିଯୁକ୍ତ ମଧ୍ୟ ଗିରଫ ହୋଇଛନ୍ତି । 

ତେବେ ଗିରଫ ଅଭିଯୁକ୍ତମାନେ ଜଗତସିଂହପୁର ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ଜଗତସିଂହପୁର ଅଞ୍ଚଳର କିଛି ଯୁବକ ବନ୍ଧୁକ କାରବାର ନେଇ ପୋଲିସକୁ ସୂଚନା ମିଳିଥିଲା । ଏହାପରେ ଲାଲବାଗ ପୋଲିସ ଆକ୍ସନକୁ ଆସିଥିଲା । ଉକ୍ତ ଅଞ୍ଚଳ ଗୁଡିକରେ ପୋଲିସ ଆରମ୍ଭ କରିଥିଲା ଚଢାଉ । 

ତେବେ ଏହି ଚଢାଉରେ ୫ଟି ବନ୍ଧୁକ ସହ ୩୦ ରାଉଣ୍ଡ ଗୁଳି ଲାଗବାଗ ପୋଲିସ ଜବତ କରିଥିଲା । ଏହାସହ ଏକ କାର୍ ମଧ୍ୟ ଜବତ କରିଛି ପୋଲିସ । ତେବେ ଏହି ମାମଲାରେ ଏକାଧିକ ଅଭିଯୁକ୍ତ ଥିବା ବେଳେ ସେମାନଙ୍କୁ ପୋଲିସ ପଚରାଉଚରା କରୁଛି । ସେହିପରି ଏମାନଙ୍କ ମାଷ୍ଟରମାଇଣ୍ଡ କିଏ ସେନେଇ ମଧ୍ୟ ଲାଲବାଗ ପୋଲିସ ଖୋଳତାଡ ଆରମ୍ଭ କରିଦେଇଛି ।

  • Tags:

Subscribe

National International State Sports Entertainment