ଦ୍ୱିତୀୟ ବିବାହ କରିବା ପାଇଁ ନିଜ ପ୍ରଥମ ପତ୍ନୀକୁ ସାପ କମୁଡେଇ ହତ୍ୟା କଲା ରାକ୍ଷାସ ସ୍ୱାମୀ
Khabar Odisha:Kerala-Man-Kills-Wife-Using-Cobra-Snake-to-Bite-Her-Say-Police
କେରଳ, ମେ ୨୫ (ଖବର ଓଡ଼ିଶା):

ଆପଣ କେବେ ଶୁଣିଛନ୍ତି ଜଣେ ସ୍ୱାମୀ ତା ସ୍ତ୍ରୀ କୁ ମାରିବା ପାଇଁ ସାପର ବ୍ୟବହାର କରିବାର ? କେବେ ଶୁଣି ନାହାଁନ୍ତି ନା ତେବେ ଆପଣ ଶୁଣିକି ଆଶ୍ଚର୍ଯ୍ୟ ହୋଇଯିବେ କେରଳରେ କୋଲାମ ଜିଲ୍ଲାରେ ସତରେ ଏଭଳି ଏକ ଘଟଣା ଘଟିଛି । କେରଳର କୋଲାମ ଜିଲ୍ଲାରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ନେଇ କିଛି ଦିନ ପୋଲିସ ନିକଟକୁ ଖବର ମିଳିଥିଲା । ପୋଲିସ ମଧ୍ୟ ଘଟଣାସ୍ଥଲରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଥିଲା ହେଲେ ପୋଲିସକୁ ମାମଲାଟି ଟିକେ ସନ୍ଦେହ ଲାଗିଲା, ପରେ ଅଧିକ ତଦନ୍ତ ପାଇଁ ଯେତେବେଳେ କ୍ରାଇମ ବ୍ରାଞ୍ଚ ଏହି ଘଟଣାର ଅନୁସନ୍ଧାନ କଲା ସେତେବେଳେ ଜଣାପଡିଥିଲା ​​ଯେ ଏହା ମହିଳାଙ୍କ ସ୍ୱାମୀ ସୁରଜ ହିଁ ଏଭଳି ଯୋଜନାବଦ୍ଧ ଭାବେ ମହିଳାଙ୍କୁ ହତ୍ୟା କରିଛି । ଏହି ଘଟଣା ପରେ ପୋଲିସ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରିଛି । ଏହା ସହ ଏହି ଅପରାଧରେ ସମ୍ପୃକ୍ତ ଥିବା ସ୍ୱାମୀଙ୍କ ବନ୍ଧୁଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। କ୍ରାଇମ ବ୍ରାଞ୍ଚ କହିଛି ଯେ ମହିଳାଙ୍କୁ କାମୁଡ଼ିଥିବା ସାପକୁ ତାଙ୍କ ସ୍ୱାମୀ ତାଙ୍କ ବନ୍ଧୁଙ୍କଠାରୁ କିଣିଛନ୍ତି।

ଏହି ହତ୍ୟାକାଣ୍ଡ ମେ 6 ତାରିଖରେ ଘଟିଥିବା ପୋଲିସ କହିଛି, ମୃତ ମହିଳା ଯାହାଙ୍କ ନାମ ଉଥରା, ଘଟଣା ସମୟରେ ସେ ତାଙ୍କ ବାପ ଘରେ ଥିଲେ | ଉଥରାଙ୍କୁ ହତ୍ୟା କରିବା ପାଇଁ ତାଙ୍କ ସ୍ୱାମୀ ଏକ ସାପ କିଣି ପୂର୍ବ ଯୋଜନା ଅନୁଯାୟୀ ଉଥରାଙ୍କ ଘରକୁ ଆସିଥିଲେ। ସେ ସାପଟିକୁ ଏକ ବ୍ୟାଗରେ ଲୁଚାଇ ରଖିଥିଲେ। ଘରେ ପହଞ୍ଚିବା ପରେ ସେ ଶୋଇଥିବା ପତ୍ନୀଙ୍କ ଉପରେ ସାପଟିକୁ ଫିଙ୍ଗି ଦେଇଥିଲେ। ସାପ ତାଙ୍କ ପତ୍ନୀଙ୍କୁ ଦୁଇଥର ଦଂଶନ କରିଥିଲା ଏବଂ ସେ ବସି ଏହାକୁ ଦେଖିଥିଲେ | ପରେ ସେ ପୁଣି ସାପଟିକୁ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ।

ପୋଲିସକୁ ସନ୍ଦେହ ହେବା ପରେ ହତ୍ୟା ମାମଲା ଦାୟର ହୋଇଥିଲା -

ତେବେ ଉଥରାଙ୍କୁ ଦଂଶନ କରିବା ପରେ ସାପଟି ଏକ ଆଲମିରା ପଛରେ ଲୁଚି ରହିଥିଲା । ସାପ ଆଲମିରା ପଛରେ ଥିବାରୁ ସ୍ୱାମୀ ସୂରଜ ରାତିସାରା ଶୋଇ ପାରିନଥିଲା ଏବଂ ସକାଳେ ହେବା ପରେ ବାହାରକୁ ପଳାଇ ଯାଇଥିଲେ । ପରେ ଉଥ୍ରାଙ୍କ ପିତାମାତା ତାଙ୍କୁ ତାଙ୍କ କୋଠରୀରେ ମୃତ ଅବସ୍ଥାରେ ପାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମହିଳାଙ୍କ ପିତା ମାତାଙ୍କୁ ପଚରା ଉଚୁରା ଆରମ୍ଭ କରିବା ପରେ ତାଙ୍କ ପିତାମାତା କହିଥିଲେ ଯେ ଏହା ପୂର୍ବରୁ ମଧ୍ୟ ଉଥ୍ରାଙ୍କ ସହ ଏଭଳି ଘଟଣା ଘଟିଥିଲା। ସେ ତାଙ୍କ ସ୍ୱାମୀଙ୍କ ଘରେ ଥିବାବେଳେ ସାପ କାମୁଡ଼ି ଦେଇଥିଲା । ମହିଳାଙ୍କ ପିତାମାତା ଏହି ମାମଲାକୁ କିଛି ମାତ୍ରାରେ ସନ୍ଦେହଜନକ ବୋଲି ଜାଣିବା ପରେ ସେମାନେ ପୋଲିସ ଷ୍ଟେସନରେ ହତ୍ୟା କରାଯାଇଥିବା ନେଇ ରିପୋର୍ଟ ଦାଖଲ କରିଥିଲେ।

ପୂର୍ବରୁ ମଧ୍ୟ ଥରେ ହତ୍ୟା କରିବା ପାଇଁ ଚେଷ୍ଟା କରିଥିଲା ସୂରଜ –

ପରେ ପୋଲିସ ଅନୁସନ୍ଧାନରୁ ଜଣାପଡିଛି ଯେ ମହିଳାଙ୍କୁ ହତ୍ୟାଘଟଣାରେ ତାଙ୍କ ସ୍ୱାମୀ ହିଁ ମୁଖ୍ୟ ଅଭିଯୁକ୍ତ । ସେ ହିଁ ତାଙ୍କ ବନ୍ଧୁ ସୁରେଶଙ୍କଠାରୁ ବିଷଧର ନାଗ ସାପ କିଣିଥିଲେ ଏବଂ ଏହାର ସାହାଯ୍ୟରେ ସେ ଉଥ୍ରାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ। ମାର୍ଚ୍ଚ 3 ତାରଖରେ ମଧ୍ୟ ଏକ ନାଗ ସାପ ଉଥ୍ରାଙ୍କୁ ଦଂଶନ କରିଦେଇଥିଲା ହେଲେ ସଙ୍ଗେ ସଙ୍ଗେ ଚିତ୍କିସା ହେବା ଦ୍ୱାରା ଉଥ୍ରା ବଞ୍ଚିଯାଇଥିଲେ ।  ହେଲେ ଏହି ଘଟଣା ପରେ ମଧ୍ୟ ତାଙ୍କ ସ୍ୱାମୀ ପୁଣି ଥରେ ଉଥ୍ରାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ ସେ ୟୁଟ୍ୟୁବରେ ସାପକୁ କିପରି ପରିଚାଳନା କରାଯିବ ସେ ନେଇ ଶିଖିବା ଆରମ୍ଭ କଲେ ଏବଂ ଶେଷରେ ଉଥ୍ରାଙ୍କୁ ହତ୍ୟା କଲେ |

ପୋଲିସ କହିଛି ଯେ ଅଭିଯୁକ୍ତ ସୁରଜ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବାକୁ ଚାହୁଁ ଥିଲା । ଉଥ୍ରାଙ୍କ ଠାରୁ ମୁକ୍ତି ପାଇବା ପାଇଁ ସେ ଏହି ଘଟଣା ଘଟାଇଥିଲା । ପଚରାଉଚରା ପରେ ପୋଲିସ ସୁରଜ ଏବଂ ତାଙ୍କ ସାଙ୍ଗଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

  • Tags:

Subscribe

National International State Sports Entertainment