ନୂଆଦିଲ୍ଲୀ, ଅଗଷ୍ଟ ୧୩ (ଖବର ଓଡ଼ିଶା): ୟୁରୋପର ମୋନଣ୍ଟେନଗ୍ରୋରେ ପାରିବାରିକ ବିବାଦକୁ ନେଇ ଚିନ୍ତିତ ଥିବା ଜଣେ ବ୍ୟକ୍ତ ଆଖି ବନ୍ଦ କରି ଗୁଳିମାଡ଼ କରିଛି । ଏହି ଗୁଳିମାଡରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନେକ ଆହତ ହୋଇଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଅଭିଯୁକ୍ତ ଶିଶୁମାନଙ୍କୁ ମଧ୍ୟ ଛାଡ଼ିନାହିଁ । ଏହି ଗୁଳିମାଡ଼ରେ ୬ ଜଣ ଲୋକ ଆହତ ହୋଇଛନ୍ତି, ଯେଉଁଥିରେ କି ୨ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଥିବା କୁହାଯାଉଛି ।
ଏହା କ’ଣ ପାରିବାରିକ ବିବାଦ ଥିଲା, କେଉଁ କାରଣରୁ ବ୍ୟକ୍ତି ଜଣକ ଏହି ଭଳି ଭାବେ ଗୁଳିମାଡ଼ କରିଥିଲା । ପୁଲିସ ଏହାକୁ ନେଇ ଘଟଣାର ତଦନ୍ତ ରକୁଛି । ଘଟଣାର ତଦନ୍ତ ଶେଷ ହେଲେ ପୁଲିସ ବିସ୍ତୃତ ତଥ୍ୟ ସେୟାର କରିବ ବୋଲି ଜଣାପଡ଼ିଛି । ଯେଉଁ ସ୍ଥାନରେ ଏହି ଗୁଳିମାଡ଼ ହୋଇଛି ରାଜଧାନୀ ପଡଗୋରିକ ଠାରୁ ୩୬ କିମି ଦୂର । ଏବେ ଏହି ଘଟଣା ପରେ ପୁଲିସ ସଂପୃକ୍ତ ଅଂଚଳକୁ ଘେରି ତଦନ୍ତ ଆରମ୍ଭ କରିଦେଇଛି । କାର୍ଯ୍ୟାନୁଷ୍ଠାନ ସମୟରେ ପୁଲିସର ଗୁଳିରେ ଅଭିଯୁକ୍ତର ମୃତ୍ୟୁ ହୋଇଥିବା ଜଣାଯାଇଛି ।