କୋରାପୁଟ, ଜାନୁଆରୀ ୨୩ (ଖବର ଓଡ଼ିଶା):
କୋରାପୁଟ ଜିଲ୍ଲା କୋଟପାଡ଼ ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା । ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା କୋଟପାଡ଼ ଏନ. ଏ. ସି. ର ଏକ ନମ୍ବର ୱାର୍ଡ କୁଞ୍ଜଗୁଡ଼ାଠାରେ ଥିବା ଏକ ନକଲି ମଦ କାରଖାନା ଅବକାରୀ ବିଭାଗ ଦ୍ୱାରା ଠାବ କରାଯାଇଛି । ଅବକାରୀ ଅଧିକାରୀ କେ. ତ୍ରିପତି ପଟନାୟକଙ୍କ ତତ୍ୱାବଧାନରେ ଶକ୍ତି କୁମାର ବେହେରା, ଶ୍ରୀ ହଳଧର ଜାନି, ସୁକୁମାଣୀ ଓରାମ, ଟିକମ ଚନ୍ଦ୍ର ଗୋପାଳ ସମସ୍ତେ ଉପସ୍ଥିତ ରହି ପ୍ରାୟ ୫୦,୦୦୦ ଟଙ୍କାର ନକଲି ମଦ ଜବତ କରିଛନ୍ତି । ବର୍ତ୍ତମାନ ଉକ୍ତ ମଦ କାରଖାନାର ମାଲିକ କିଏ ଜଣାପଡ଼ିନାହିଁ ଏବଂ ଏହାର ତଦନ୍ତ ଜାରି ରହିଛି ବୋଲି ଅବକାରୀ ଅଧିକାରୀ ସୂଚନା ଦେଇଛନ୍ତି । ଉକ୍ତ କାରଖାନାରୁ ୮୪୦ଟି ନକଲି ଲେବେଲ, ପାଂଚ ଲିଟର ସ୍ପିରିଟ, ଏମ. ସି. ରୋମ ୧୦ ଲିଟର ଓ ଅନ୍ୟ ବହୁତ ନକଲି ମଦ ସବୁ ଜବତ କରାଯାଇଛି ।