ଜଙ୍ଗଲରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
Khabar Odisha:Hanging-bodies-of-the-lovers-were-recovered-from-the-forest
ଖବର ଓଡିଶା : 24/03/2023

ଜଙ୍ଗଲରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର | ଏପରି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ତାମସା ଗାଁ ନିକଟ ଏମଭି ୭ ନୀଳଗିରି ଜଙ୍ଗଲରେ । ମୃତକଦ୍ୱୟ ହେଲେ ନବୀନ ମାଡକାମୀ ଓ ନନ୍ଦେ ମାଡକାମୀ । ଉଭୟଙ୍କ ବୟସ ୧୮ ବର୍ଷରୁ ଅଧିକ ବୋଲି ଜଣାଯାଇଛି। ସୂଚନା ଅନୁସାରେ, ଦୀର୍ଘ ଦିନ ହେବ ନବୀନ ଓ ନନ୍ଦେଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିବା ବେଳେ ଉଭୟଙ୍କ ପରିବାର ଲୋକେ କିନ୍ତୁ ଏଥିରେ ରାଜି ନ ଥିଲେ। ଏପରିକି ନନ୍ଦେଙ୍କ ପରିବାର ଲୋକେ ଝିଅର ଅନ୍ୟତ୍ର ବାହାଘର ଠିକ୍ କରିଥିଲେ। ବୁଧବାର ପଡ଼ିଥାନ୍ତା ହାତଗଣ୍ଠି। ମାତ୍ର ପରସ୍ପରଠୁ ଦୂରେଇ ଯିବା ଘଟଣାକୁ ବରଦାସ୍ତ କରିବା ମୁଡରେ ନ ଥିଲେ ନବୀନ ଓ ନନ୍ଦେ । ଏକସଙ୍ଗ ବଞ୍ଚି ନ ପାରିଲେ, ମରି ପାରିବା ଭାବି ଭୟ ଘର ଛାଡ଼ିଥିଲେ। ଉଭୟେ ମଙ୍ଗଳବାର ଦିନ ଘରୁ ଚାଲିଯାଇଥିଲେ। ସେଦୁହିଁଙ୍କୁ ଉଭୟ ପରିବାର ଲୋକେ ଖୋଜାଖୋଜି କରି ନିରାଶ ହୋଇଥିଲେ। ହେଲେ ଆଜି ସକାଳେ ପ୍ରେମୀଯୁଗଳଙ୍କ ମୃତଦେହ ଠାବ ହୋଇଥିଲା। ଉଭୟେ ବିଷପିଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ଘଟଣାସ୍ଥଳରେ ମାଲକାନଗିରି ଥାନା ପୁଲିସ ପହଞ୍ଚି ଣବ ଜବତ କରିଛି। ଏଣେ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଛି।

Subscribe

National International State Sports Entertainment