ରାଜଧାନୀରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର
Khabar Odisha:Girl-found-hanging-in-Bhubaneswar
ଭୁବନେଶ୍ୱର, ଜୁଲାଇ ୨୮ (ଖବର ଓଡ଼ିଶା):

ରାଜଧାନୀ ଭୁବନେଶ୍ୱରର ଡୁମଡୁମା ଅଂଚଳରେ ପିଜୁଳି ଗଛରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି ସସ୍ମିତା ଜେନା । ସେ ବିଭିନ୍ନ ମେଲୋଡିରେ ଗୀତ ଗାଇବା କାମ କରନ୍ତି । ଗତକାଲି ତାଙ୍କ ମୃତଦେହ ଗୋଡହାତ ବନ୍ଧା ହୋଇ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ଏ ନେଇ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପଂହଚି ଶବ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିଲା ବେଳେ ପ୍ରେମ କାରଣ ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏ ନେଇ ଜଣେ ଯୁବକଙ୍କୁ ମଧ୍ୟ ପୋଲିସ ଜିମା ଦିଆଯାଇଛି । ସମ୍ପୃକ୍ତ ଯୁବକଙ୍କ ସହ ପ୍ରେମ ସମ୍ପର୍କକୁ ପରିବାର ଲୋକେ ସହି ନପାରି ତାଙ୍କୁ ହତ୍ୟା କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଖଣ୍ଡଗିରି ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

  • Tags:

Subscribe

National International State Sports Entertainment