ଶେଷ ହେଲା ହାଇଦରର ପୋଷ୍ଟମର୍ଟମ, ପରିବାରକୁ ହସ୍ତାନ୍ତର ହେଲା ମୃତଦେହ
Khabar Odisha:Gangster-Haiders-Postmortem-done

ବାଲେଶ୍ୱର, ଜୁଲାଇ ୨୫ (ଖବର ଓଡ଼ିଶା): କୁଖ୍ୟାତ ଗ୍ୟାଙ୍ଗଷ୍ଟାର ସେକ୍ ହାଇଦର ଅଲ୍ଲୀକୁ ଶନିବାର ଏନକାଉଣ୍ଟର କରାଯାଇଥିବା ବେଳେ ହସ୍ପିଟାଲରେ ତାର ମୃତ୍ୟୁ ହୋଇଥିଲା । ଏହାପରେ ମୃତ ଶରୀରର ପୋଷ୍ଟମର୍ଟମ କରିବା ପାଇଁ ଅନୁମତି ମିଳିବା ପରେ ଆଜି ଦୀର୍ଘ ସମୟ ଧରି ବାଲେଶ୍ୱର ଜିଲ୍ଲା ହସ୍ପିଟାଲରେ ପୋଷ୍ଟମର୍ଟମ କରାଯାଇଥିଲା ।

କଡା ସୁରକ୍ଷା ମଧ୍ୟରେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ବର୍ତ୍ତମାନ ଶେଷ ହୋଇଛି ହାଇଦରର ଶବ ବ୍ୟବଚ୍ଛେଦ । ଡାକ୍ତରଙ୍କ ସୂଚନା ଅନୂସାରେ ଗ୍ୟାଙ୍ଗଷ୍ଟାର ଶରୀରରୁ ୪ ଗୁଳି ବାହାରିଥିବା ଜଣାପଡିଛି । କାଲି ଏନକାଉଣ୍ଟର ବେଳେ ୩ ରାଉଣ୍ଡ ଗୁଳି ଚାଳନା କରାଯାଇଥିବା ବେଳେ ପୂର୍ବରୁ ହାଇଦର ଶରୀରରେ ଗୋଟିଏ ଗୁଳି ରହିଥିବା ସୂଚନା ଦେଇଛନ୍ତି ପୋଷ୍ଟମର୍ଟମ କରିଥିବା ଡାକ୍ତର ।

ତେବେ ଶବବ୍ୟବଚ୍ଛେଦ ପରେ ହାଇଦରର ମର ଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ହାଇଦରର ପତ୍ନୀ ଓ ଦୁଇ ବୋହୂଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି ।

ସୂଚନା ଅନୂସାରେ ଗତ କାଲି ହାଇଦର କୁ କଟକ ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ ସ୍ଥାନାନ୍ତରଣ କରାଯାଉଥିବା ବେଳେ ସୁରକ୍ଷାକର୍ମୀଙ୍କ କବଳରୁ ଖସି ଯିବାକୁ ଚେଷ୍ଟା କରିଥିଲା ହାଇଦର ଏହାପରେ ବାରମ୍ବାର ପୋଲିସ୍‌ଙ୍କ ୱାଣ୍ଣିଂ ସତ୍ୱେ ମଧ୍ୟ ହାଇଦର ମାନିନଥିବାରୁ ବାଧ୍ୟ ହୋଇ ଏନକାଉଣ୍ଟର କରିବାକୁ ପଡିଥିଲା ବୋଲି ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରୀୟଦର୍ଶୀ ସୂଚନା ଦେଇଥିଲେ ।

  • Tags:

Subscribe

National International State Sports Entertainment