ଜମି ବିବାଦରୁ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା
Khabar Odisha:Former-Sarpanch-killed-in-land-dispute
କନ୍ଧମାଳ, ଜୁଲାଇ ୨୭ (ଖବର ଓଡିଶା);

ଜମିବାଡି ବିବାଦକୁ ନେଇ ପୂର୍ବତନ ସଂରପଚଙ୍କୁ ହତ୍ୟା । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଅନ୍ତର୍ଗତ  ବିଶୋଇ ସାହିରେ । ମୃତକ ଜଣକ ହେଉଈନ୍ତି ସାରଙ୍ଗଡ଼ ପଞ୍ଚାୟତର ପୂର୍ବତନ ସରପଞ୍ଚ ବ୍ରଜ ବିଷୋୟୀା ଜମିଜମା ବିବାଦକୁ ନେଇ ଏହି ହତ୍ୟା କରାଯାଇଥିବା ସୂଚନା ମିଳିଛି । ତାଙ୍କ ପଡିଶାରେ ରହୁଥିବା ସମ୍ପର୍କୀୟ ଭାଇ ଡେପୁଟି ବିଷୋୟୀ ତାଙ୍କୁ ହତ୍ୟା କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଦୀର୍ଘଦିନ ଧରି ବ୍ରଜ ବିଷୋୟୀଙ୍କର ଡେପୁଟି ବିଷୋୟୀ ସହ ଜମିରେ ପାଣି ମଡେଇବାକୁ ନେଇ ବିବାଦ ଲାଗିରହିଥିଲା । ଆଜି ସକାଳେ ଉଭୟଙ୍କ ମଧ୍ୟରେ ଏନେଇ ବଚସା ହୋଇଥିଲା । ଏଥିରେ ଉତକ୍ଷୀପ୍ତ ହୋଇ ସମ୍ପର୍କୀୟ ସାନଭାଇ ଡେପୁଟି ବିଶୋଇ ବ୍ରଜଙ୍କୁ ଜୀବ ରେ ମାରିବି ବୋଲି ଧମକ ଦେଇଥିଲେ । ଏହା ପରେ ଉଭୟ ସେଠାରୁ ନିଜ ଘରକୁ ଚାଲି ଆସି ଥିଲେ । ସନ୍ଧ୍ୟା ବେଳେ ଡେପୁଟି ବ୍ରଜଙ୍କୁ ଏକ ଟାଙ୍ଗୀଆରେ ହାତ ଓ ମୁଣ୍ଡକୁ ହାଣି ହତ୍ୟା କରିବା ପରେ ସେଠାରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି । ୠୁରୁତର ଅବସ୍ଥାରେ ବ୍ରଜଙ୍କୁ ସାରଙ୍ଗଡ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ମୃତକ ବ୍ରଜ ବିଷୋୟୀ ସାରଙ୍ଗଡ଼ ଅଞ୍ଚଳର ବିଜେଡିର ଜଣେ ଟାଣୁଆ ନେତା ବୋଲି ସୂଚନା ମିଳିଛି ।

  • Tags:

Subscribe

National International State Sports Entertainment