ସୁନା ଚେନ୍‌ ପାଇଁ ବୋହୂକୁ ମାରିଦେଲେ ଶାଶୂଘର ଲୋକେ
Khabar Odisha:Daughter-in-law-committed-suicide-in-Puri
ଖବର ଓଡିଶା : 23/03/2023

ଜ୍ୱାଇଁକୁ ସୁନା ଚେନ ନ ଦେବାରୁ ବୋହୁକୁ ମାରିଦେଲେ ଶାଶୁ ଘର ଲୋକେ | ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଥାନା ଅନ୍ତର୍ଗତ ଗୋକନ ଗାଁରେ ଘଟିଛି ଏଭଳି ଘଟଣା । ସୁନା ଚେନ୍‌ ମାଗିଥିଲା ଜ୍ୱାଇଁ, ହେଲେ ଶ୍ୱଶୁର ଘର ଲୋକ ଦେଇ ନପାରିବାରୁ ଝିଅକୁ ମାରି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ମହିଳା ଜଣଙ୍କ ହେଲେ ରଶ୍ମିତା ମଲ୍ଲିକ ବଳଙ୍ଗା | ସୂଚନା ଅନୁସାରେ, ବର୍ଷକ ପୂର୍ବେ ଡାହାଣ କୁମାର ପଡାର ରଶ୍ମିତା ମଲ୍ଲିକ ବଳଙ୍ଗା ଗୋକନ ଗାଁର ପ୍ରକାଶ ମଲ୍ଲିକଙ୍କୁ ବିବାହ କରିଥିଲେ। ବିବାହ ପରେ କିଛି ଦିନ ଉଭୟଙ୍କୁ ମଧ୍ୟରେ ସବୁ ଠିକ୍‌ଠାକ୍‌ ଚାଲିଥିଲା। ତା’ ପରେ ରଶ୍ମିତା ଉପରେ ଆରମ୍ଭ ହୋଇଯାଇଥିଲା ଯୌତୁକ ନିର୍ଯ୍ୟାତନା | ଯୌତୁକ ପାଇଁ ଶାଶୁ ଘର ଲୋକେ ରଶ୍ମିତାଙ୍କୁ ନିଯ୍ୟାତନା ଦେଇ ଚାଲିଥିଲେ। ଜ୍ୱାଇଁକୁ କାହିଁକି ସୁନା ଚେନ ଦିଆଯାଇନାହିଁ ଏବଂ ଅନ୍ୟାନ୍ୟ ଯୌତୁକ ଦାବି କରି ଶାଶୁ ଘର ଲୋକଙ୍କର ରଶ୍ମିତାଙ୍କ ପ୍ରତି ନିର୍ଯ୍ୟାତନା ଦିନ କୁ ଦିନ ବଢିବାର ଲାଗିଥିଲା | ନିର୍ଯ୍ୟାତନା ଅସହ୍ୟ ହେବାରୁ ସହିନପାରି ଶେଷରେ ମଙ୍ଗଳବାର ଦିନ ରଶ୍ମିତା ବିଷ ପିଇ ଦେଇଥିଲେ | ରଶ୍ମିତା ବିଷ ପିଇ ଦେଇଥିବା ଶ୍ୱଶୁର ଘର ଲୋକ ତାଙ୍କ ପରିବାରକୁ ଜଣାଇଥିଲେ। ପରେ ରଶ୍ମିତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରଶ୍ମିତାଙ୍କ ମୃତ୍ୟୁ ପରେ ଶ୍ୱଶୁର ଘର ଲୋକେ ଡାକ୍ତରଖାନାରେ ତାଙ୍କ ମୃତଦେହ ଛାଡ଼ି ଫେରାର ହୋଇଯାଇଥିଲେ। ରଶ୍ମିତାଙ୍କ ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚି ଝିଅର ମୃତଦେହକୁ  ଘରକୁ ଆଣିଥିଲେ। ରଶ୍ମିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଜ୍ୱାଇଁ ପ୍ରକାଶ ସୁନା ଚେନ୍‌ ମାଗିଥିଲେ। ହେଲେ ସେମାନେ ଏହା ଦେଇ ପାରିନଥିଲେ। ତେଣୁ ସୁନା ଚେନ୍‌ ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ରଶ୍ମିତାଙ୍କ ବାପ ଘର ଲୋକ ଅଭିଯୋଗ କରିଛନ୍ତି। ଖବର ଲେଖାଯିବା ସୁଦ୍ଧା ଏନେଇ ରଶ୍ମିତାଙ୍କ  ଶ୍ୱଶୁର ଘର ଲୋକ କିମ୍ବା ପୋଲିସର  କୌଣସି ପ୍ରତିକ୍ରିୟା ମିଳିପାରିନି ।

Subscribe

National International State Sports Entertainment