DRDO ତଥ୍ୟ ଲିକ୍ ମାମଲା: ରିମାଣ୍ଡରେ ଗଲେ ୫ ଅଭିଯୁକ୍ତ, ଆଜିଠୁ ଆରମ୍ଭ ହେବ ମାରାଥନ୍ ଜେରା
Khabar Odisha:DRDO-data-leak-case-5-accused-in-remand-marathon-interrogation-to-begin-today

ବାଲେଶ୍ୱର, ସେପ୍ଟେମ୍ବର ୧୯ (ଖବର ଓଡ଼ିଶା): ତଥ୍ୟ ଲିକ୍ ମାମଲାରେ ଗିରଫ ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ଆଜିଠୁ ଏହି ଅଭିଯୁକ୍ତମାନଙ୍କ ରିମାଣ୍ଡ ଅବଧି ଆରମ୍ଭ ହେଉଥିବା ବେଳେ ଆଜିଠୁ ଆରମ୍ଭ ହେବ ମାରାଥନ୍ ଜେରା ।

ଅଭିଯୁକ୍ତ ମାନଙ୍କୁ କଟକ କ୍ରାଇମବ୍ରାଞ୍ଚ ଅଫିସ୍ ରେ ଜେରା କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।

ତେବେ ଚାନ୍ଦିପୁର କ୍ଷେପଣସ୍ତ୍ର ପ୍ରତିଷ୍ଠାନରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍ କରି ପାକିସ୍ତାନୀ ଓ ଅନ୍ୟ ବିଦେଶୀ ଏଜେଣ୍ଟଙ୍କୁ ବିକ୍ରି କରିବା ଅଭିଯୋଗରେ ଗତ ୧୫ ତାରିଖରେ ଆଇଟିଆରର ୫ ଜଣ ଠିକା କର୍ମଚାରୀଙ୍କୁ ଗିରଫ କରିଥିଲା ବାଲେଶ୍ୱର ପୋଲିସ୍ ।

ଗତକାଲି ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ରିମାଣ୍ଡ ଆବେଦନ କରାଯାଇଥିଲା । ଏବଂ ଏହାକୁ ଅନୁମତି ଦେଇଥିଲେ ବାଲେଶ୍ୱର ଏସଡିଜେଏମ୍ କୋର୍ଟ । ୭ ଦିନିଆ ରିମାଣ୍ଡ ପାଇଁ ବାଲେଶ୍ୱର କୋର୍ଟରେ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ଏବଂ ଆଜି ଏହି ୭ ଦିନିଆ ରିମାଣ୍ଡ ଅବଧି ଆରମ୍ଭ ହୋଇଛି ।

ଏହି ମାମଲାରେ ଏପର୍ଯ୍ୟନ୍ତ ୫ ଗଣ ଗିରଫ ହୋଇଥିବା ବେଳେ ଆଉ କିଛି ବ୍ୟକ୍ତି ଏଥିରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି । ଏହି ପ୍ରସଙ୍ଗରେ ଅଧିକ ତଥ୍ୟ ହାସଲ ତଥା ପଚରାଉଚରା କରିବା ପାଇଁ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ନେଇଛି ।

  • Tags:

Subscribe

National International State Sports Entertainment