କରୋନାକୁ ନେଇ ମୁମ୍ବାଇରେ ଦେଶର ପ୍ରଥମ ହତ୍ୟା, ସାନ ଭାଇର ଜୀବନ ନେଲା ବଡ଼ ଭାଇ
Khabar Odisha:Crime-murder-Ffirst-murder-of-the-country-in-Mumbai-due-to-coronavirus-brother-kills-brother

ମୁମ୍ବାଇ, ମାର୍ଚ୍ଚ ୨୭ (ଖବର ଓଡ଼ିଶା): କରୋନାକୁ ନେଇ ମୁମ୍ବାଇରେ ଦେଶର ପ୍ରଥମ ହତ୍ୟାକାଣ୍ଡ ଘଟଣା ଘଟିଥିବା ଜଣାପଡ଼ିଛି । ଏଠାରେ ସାନଭାଇକୁ ବଡ଼ ଭାଇ ଛୁରୀରେ ଭୁଶି ହତ୍ୟା କରିଛି । କରୋନା ଭୟରେ ପୁଣେରୁ ପଳାୟନ କରିଥିବା ସାନ ଭାଇର ମୃତ୍ୟୁ ହୋଇଛି ।    

ସମତା ନଗର ପୋଲିସ କହିବା ଅନୁସାରେ ବଡ଼ ଭାଇ ରାଜେଶ ଓ ତାଙ୍କ ସ୍ତ୍ରୀ, ପୁଅଝିଅ ପଡୋସରରେ ରହୁଛନ୍ତି । ରାଜେଶ ସେଲୁନରେ କାମ କରିଥାଏ । ସାନ ଭାଇ ଦୁର୍ଗେଶ ପୁଣେସ୍ଥିତ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ପୁଣେରେ ବ୍ୟାପିଥିବା କରୋନା ଭାଇରସ ପାଇଁ ସେ ସଂକ୍ରମଣରୁ ବର୍ତ୍ତିବା ପାଇଁ ମୁମ୍ବାଇ ଚାଲି ଯାଇଥିଲେ । ସେ ନିଜର ଭଡ଼ଭାଇ ରାଜେଶଙ୍କ ନିକଟକୁ ଯାଇଥିଲେ ।   

ପୋଲିସ କହିଛି, ଲକଡାଉନ କାରଣରୁ ଦୁର୍ଗେଶଙ୍କୁ ରାଜେଶ ଘରକୁ ପ୍ରବେଶ ପାଇଁ ମନା କରିଥିଲା । ରାଜେଶ ଓ ତାର ପତ୍ନୀ ବୁଧବାର ଅପରାହ୍ନରେ ପନିପରିବା କିଣିବା ପାଇଁ ବାହାରକୁ ଯାଇଥିଲେ । ଫେରିବା ବେଳକୁ ଦୁର୍ଗେଶ ଓ ରାଜେଶ ମଧ୍ୟରେ ୧୪୪ ଧାରା ଉଲଂଘନ କରିବାକୁ ନେଇ ଯୁକ୍ତିତର୍କ ହୋଇଥିଲା । ରାଜେଶ ନିଜର ଭାଇ ଦୁର୍ଗେଶଙ୍କୁ ଘର ବାହାରକୁ ଯିବା ପାଇଁ ମନା କରିଥିଲା । ଯୁକ୍ତିତର୍କ ବଢ଼ିବାରୁ ରାଜେଶ ଘର ଭିତରୁ ଏକ ଛୁରୀ ଆଣି ଦୁର୍ଗେଶଙ୍କୁ ଆକ୍ରମଣ କରିଥିଲା । ଦୁର୍ଗେଶ ଗୁରୁତର ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ ରାଜେଶ ନାଁରେ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । 

 

  • Tags:

Subscribe

National International State Sports Entertainment