ଉତ୍ତର ପ୍ରଦେଶ: ବିବାଦର ସମାଧାନ କରିବାକୁ ଯାଇଥିଲେ ଏସ୍‌ଆଇ, ଗୁଳିମାଡ଼ରେ ମୃତ୍ୟୁ
Khabar Odisha:Crime-UP-Agra-sub-inspector-shot-dead-in-brothers-land-dispute-settlement

ଆଗ୍ରା, ମାର୍ଚ୍ଚ ୨୫ (ଖବର ଓଡ଼ିଶା): ଉତ୍ତର ପ୍ରଦେଶର ଆଗ୍ରାରେ ଖେତର ବିବାଦକୁ ସମାଧାନ କରିବାକୁ ଯାଇଥିବା ପୋଲିସ ଏସ୍‌ଆଇ ଗୁଳିମାଡ଼ର ଶିକାର ହୋଇଛନ୍ତି । ଦୁର୍ବୃତ୍ତର ଗୁଳିମାଡ଼ରେ ଏସ୍‌ଆଇଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ପରେ ଅନେକ ଥାନାରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି । କୁହାଯାଉଛି ଯେ, ଅଭିଯୁକ୍ତ ଜଣକ ଏସ୍‌ଆଇ ପ୍ରଶାନ୍ତ କୁମାର ଯାଦବଙ୍କ ଗଳାକୁ ଲକ୍ଷ୍ୟ କରି ଗୁଳିମାଡ଼ କରିଛି । ଅନ୍ୟପଟରେ ପୋଲିସ ଏସ୍‌ଆଇଙ୍କ ମୃତ୍ୟୁ ନେଇ ଅନ୍ୟ କର୍ମଚାରୀମାନେ ଭୟଭୀତ ହୋଇପଡ଼ିଛନ୍ତି । ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସ ଟିମ ଗଠନ କରାଯାଇଛି । 

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି । ଏସ୍‌ଆଇଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି । ଏଥି ସହିତ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ ଘଟଣା ଖନ୍ଦୋଲୀ ଅଂଚଳର ନାହରାରେ ଘଟିଛି । ଏଠାରେ ୨ ଭାଇଙ୍କ ମଧ୍ୟରେ ଆଳୁ ଖୋଳିବାକୁ କେନ୍ଦ୍ର କରି ବିବାଦ ସୃଷ୍ଟି ହୋଇଥିଲା । ଏହି ମାମଲାର ସମାଧାନ କରିବାକୁ ଏସ୍‌ଆଇ ପ୍ରଶାନ୍ତ କୁମାର ଯାଦବ ଜଣେ ସିପାହୀଙ୍କୁ ନେଇ ଘଟଣାସ୍ଥଳକୁ ଯାଇଥିଲେ । ନହରା ନିବାସୀ ବିଜୟ ସିଂହଙ୍କ ୨ ପୁଅ ଖେତରେ କଳି କରୁଥିଲେ । ବଡ଼ ପୁଅ ଶିବନାଥ ପିତାଙ୍କ ସହିତ ରହୁଥିଲା । କିନ୍ତୁ ସାନ ପୁଅ ବିଶ୍ୱନାଥ ମା’ଙ୍କ ସହିତ ରହୁଥିଲା । ବିଜୟ ସିଂହ ଖେତକୁ ୩ ଭାଗ କରିଥିଲେ ଏବଂ ଆଳୁ ଚାଷକୁ ନେଇ ବିବାଦ ଦେଖାଯାଇଥିଲା । 

 

  • Tags:

Subscribe

National International State Sports Entertainment