କନ୍ଧମାଳ: ୭୦କିଲୋ ଗଞ୍ଜେଇ ଜବତ, ୪ଗିରଫ
Khabar Odisha:Crime-State-Odisha-70kg-Ganja-seized-from-kandhamal
କନ୍ଧମାଳ, ଅଗଷ୍ଟ ୦୮(ଖବର ଓଡ଼ିଶା):

ରାଜ୍ୟରେ ଦିନକୁ ଦିନ ଗଞ୍ଜେଇ ଚାଲାଣ ଭଳି ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ବେଧଡ଼କ ଭାବେ ଚାଲିଛି ଗଞ୍ଜେଇ ଚୋରାଚାଲାଣ । ଆଜି ପୁଣି କନ୍ଧମାଳ ଜିଲ୍ଲାରୁ ୭୦କେଜି ଗଞ୍ଜେଇ ଜବତ କରିବା ସହ ୪ଜଣଙ୍କୁ ପୋଲିସ ଗିରଫ କରିଛି ।

ସୂଚନାନୁସାରେ, କନ୍ଧମାଳ ଫିଙ୍ଗିରିଆ ଶାଶେନିପଦର ଠାରୁ ଅନ୍ୟତ୍ର ସ୍ଥାନକୁ ଏକ କାର ଯୋଗେ ଗଞ୍ଜେଇ ଚାଲାଣ ବେଳେ କୈାଣସି ସୂତ୍ରରୁ ଖବର ପାଇ ପୋଲିସ ଚଢାଉ କରିଥିଲା । ଫଳରେ ସେଠାରୁ ୭୦କିଲୋ ଗଞ୍ଜେଇ ସହ ଏକ କାର ଜବତ କରିଛି । ଏହି ଘଟଣାରେ ପୋଲିସ ୪ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଛି । ଏହି ଗଞ୍ଜେଇ ଚାଲାଣ ଲିଙ୍କ କେତେ ଦୂର ରହିଛି ଏବଂ ଏଥିରେ ଅନ୍ୟ କେଉଁମାନେ ସାମିଲ ଅଛନ୍ତି ସେମାନଙ୍କୁ ଖୋଜିବାକୁ ପ୍ରୟାସ ଜାରି କରିଛି ଫିଙ୍ଗିରିଆ ପୋଲିସ । 

  • Tags:

Subscribe

National International State Sports Entertainment