ସୁରକ୍ଷାକର୍ମୀଙ୍କ ଆଖିଲେ ଲଙ୍କା ଗୁଣ୍ଡ ଦେଇ ଜେଲ୍‌ରୁ ଫେରାର ହୋଇଗଲେ ୧୬ ଜଣ କଏଦୀ
Khabar Odisha:Crime-Rajasthan-16-prisoners-escaped-from-Phalodi-jail-in-Jodhpur

ଯୋଧପୁର, ଏପ୍ରିଲ ୦୬ (ଖବର ଓଡ଼ିଶା): ରାଜସ୍ଥାନର ଯୋଧପୁରର ଏକ ଜେଲରୁ ୧୬ ଜଣ କଏଦୀ ଫେରାର ହୋଇଯାଇଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଏହା ଜଣାଯାଇଛି । ରିପୋର୍ଟ ଅନୁସାରେ କଏଦୀମାନେ ଜେଲରେ ମୁତୟନ ସୁରକ୍ଷା କର୍ମୀଙ୍କ ଆଖିରେ ଲଙ୍କାଗୁଣ୍ଡ ମାରିଦେଇଥିଲେ । ଏହା ପରେ ଫେରାର ହୋଇଯାଇଥିଲେ । 

ସମସ୍ତ କଏଦୀ ନିଶାସକ୍ତ ଅସ୍ଥାରେ ଥିଲେ । ସେମାନେ ଜେଲରେ ଥିବା ସୁରକ୍ଷା କର୍ମୀଙ୍କ ଆଖିରେ ଲଙ୍କାଗୁଣ୍ଡ ମାରିଦେଇଥିଲେ । ଏହି ସମୟରେ ଅନ୍ୟ ସୁରକ୍ଷାକର୍ମୀମାନେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । କୁହାଯାଉଛି ଯେ, ଯୋଧପୁର ପୋଲିସ ପୂରା ଅଂଚଳକୁ ଘେରାବନ୍ଦୀ କରିଛି । ଫେରାର କଏଦୀଙ୍କୁ ଗିରଫ କରିବା ପାଇଁ ଯୋଜନା ଚାଲିଛି । 

 

  • Tags:

Subscribe

National International State Sports Entertainment