ଡକାୟତି ଉଦ୍ୟମ ପଣ୍ଡ, ୬ଅନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କଲା ପୋଲିସ
Khabar Odisha:Crime-Odisha-6-Inter-state-lootera-arrested-by-jajpur-road-police
ଯାଜପୁର, ଅଗଷ୍ଟ ୦୭(ଖବର ଓଡ଼ିଶା):

ଯାଜପୁର ପୋଲିସକୁ ମିଳିଛି ବଡ଼ଧରଣର ସଫଳତା । ବିଭିନ୍ନ ଚୋରିରେ ସମ୍ପୃକ୍ତ ଥିବା୬ଜଣ ଅନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରିଛି । 

ସୂଚନାନୁସାରେ, ଯାଜପୁର ଜିଲ୍ଲାର ଏକ ନିରୋଳା ସ୍ଥାନରେ କିଛି ଡକାୟତ ମିଶି ଲୁଟ ଯୋଜନା କରୁଥିବା ବେଳେ କୈାଣସି ସୂତ୍ରରୁ ଖବର ପାଇ ଯାଜପୁର ରୋଡ଼ ପୋଲିସ ହଠାତ ଚଢାଉ କରିଥିଲା । ଫଳରେ ଡକାୟତ ଗ୍ୟାଙ୍ଗର ୬ଜଣକୁ ଗିରଫ କରିଛି । ଯାଜପୁର ରୋଡ଼ ପୋଲିସ ଦ୍ୱାରା ଗିରଫ ହୋଇଥିବା ୬ଜଣ ଅନ୍ତଃରାଜ୍ୟ ଡକାୟତ ରାଜ୍ୟରେ ହୋଇଥିବା ବିଭିନ୍ନ ଚୋରିରେ ସମ୍ପୃକ୍ତ ଥିବା ଜଣାପଡ଼ିଛି  । ୬ଜଣ ଅନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରିବା ସହ ବିଭିନ୍ନ ମାରଣାସ୍ତ୍ର ଓ ସୁନାଗହଣା ,୫ଟି ଲାପଟପ, ୪୮ଟି ମୋବାଇଲ ସହ ୪ଟି ବାଇକ ଜବତ କରିଛି । ଏମାନଙ୍କ ସହ ଅନ୍ୟ କେଉଁ ଡକାୟତମାନଙ୍କ ସମ୍ପୃକ୍ତି ରହିଛି ସେନେଇ ଖୋଲତାଡ଼ କରୁଛି ପୋଲିସ । 

  • Tags:

Subscribe

National International State Sports Entertainment