ଛତିଶଗଡ଼: ବିଲାସପୁରରେ ଘରୋଇ ନର୍ସିଂହୋମର ଆଇସିୟୁରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ
Khabar Odisha:Crime-Nation-Girl-claims-gangrape-inside-ICU-at-Bilaspur-hospital-accuses-ward-boys-as-culprits

ରାୟପୁର, ମେ ୨୫ (ଖବର ଓଡ଼ିଶା): ଛତିଶଗଡ଼ର ବିଲାସପୁରସ୍ଥିତ ଏକ ଘରୋଇ ନର୍ସିଂହୋମର ଆଇସିୟୁରେ ଜଣେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ସିଭିଲ ଲାଇନ ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ କଲେଜ ଛାତ୍ରୀଙ୍କୁ ନର୍ସିଂହୋମର ୱାର୍ଡ ବଏମାନଙ୍କର ଦ୍ୱାରା ଶିକାର ହୋଇଛନ୍ତି । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଏହାରି ମଧ୍ୟରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଟିଏସ ସିଂହଦେଓ ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଆଦେଶ ଦେଇଛନ୍ତି ।    

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଗତ ୧୮ ତାରିଖରେ ୧୮ ବର୍ଷୀୟ ଯୁବତୀ ତଥା ସ୍ନାତକ ପ୍ରଥମ ବର୍ଷର ଛାତ୍ରୀ ବିଲାସପୁରସ୍ଥିତ ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି ହୋଇଥିଲେ । ତାଙ୍କର ଏଲାର୍ଜୀ ବଢ଼ିଯାଇଥିବାରୁ ସେ ଚିକିତ୍ସା ପାଇଁ ହସ୍ପିଟାଲ ଯାଇଥିଲେ । ପୀଡ଼ିତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି ଯେ, ଛାତ୍ରୀ ଜଣକ ଗତ ଶନିବାର ଏବାବଦରେ ପ୍ରକାଶ କରିଥିଲେ । ପରିବାର ଲୋକଙ୍କ କହିବା ଅନୁସାରେ ଆଇସିୟୁରେ ଅକ୍ସିଜେନ ମାକ୍ସ ପିନ୍ଧିଥିବାରୁ ପୀଡ଼ିତା କିଛି କହିଲା ଭଳି ଅବସ୍ଥାରେ ନଥିଲେ । କଲେଜ ଛାତ୍ରୀ ଅଭିଯୋଗ କରି କହିଛନ୍ତି, ନର୍ସିଂହୋମର ୱାର୍ଡ ବଏମାନଙ୍କ ଦ୍ୱାରା ଘଟଣାର ଶିକାର ହୋଇଥିଲେ । 

 

  • Tags:

Subscribe

National International State Sports Entertainment