ରାଜରାସ୍ତାରେ ସ୍କୋର୍ପିଓ ଅଟକାଇ ୫୦ ଥର ଗୁଳିକରି ବ୍ୟବସାୟୀଙ୍କ ଜୀବନ ନେଲେ ଦୁର୍ବୃତ୍ତ
Khabar Odisha:Crime-Murder-of-property-dealer-on-road-in-Rohini-area-Delhi-50-times-firing

ନୂଆଦିଲ୍ଲୀ, ଫେବୃଆରୀ ୨୧ (ଖବର ଓଡ଼ିଶା): ଦିଲ୍ଲୀର ରୋହିଣୀ ଜିଲ୍ଲାରେ ପୁଣି ଥରେ ଗ୍ୟାଙ୍ଗୱାର ଘଟଣା ସାମ୍ନାକୁ ଆସିଛି । ବୁଧବାର ବିଳମ୍ବିତ ରାତି କଂଝାଭଲା ଅଞ୍ଚଳରେ ୨ଟି କାରରେ ଆସିଥିବା ଦୁର୍ବୃତ୍ତମାନେ ସ୍କୋର୍ପିଓରେ ଯାଉଥିବା ପ୍ରପଟି ଡିଲରଙ୍କୁ ଆଖି ବନ୍ଦ କରି ଗୁଳି କରିଛନ୍ତି । ଘଟଣାସ୍ଥଳରେ ହିଁ ବ୍ୟବସାୟୀଙ୍କ ମୃତ୍ୟୁ ହେବା ପରେ ପୋଲିସ ପହଞ୍ଚିଥିଲା । 

ପୋଲିସ ଘଟଣାସ୍ଥଳରୁ ପ୍ରାୟ ୫୦ଟି ଫୁଟନ୍ତା ଗୁଳି ଉଦ୍ଧାର କରି ଘଟଣାର ତଦନ୍ତ କରୁଛି । ପୋଲିସର ତଦନ୍ତରୁ ଜଣାପଡ଼ିଛି କି, ୩୦ ବର୍ଷିଅ ଅଞ୍ଚିଲ ଠାକୁରଙ୍କୁ ମୁଣ୍ଡ, ହାତ, ଛାତି ଓ ପେଟକୁ ଲକ୍ଷ୍ୟ କରି ଗୁଳି କରାଯାଇଛି । ଖୁବ ନିକଟରୁ ୩୦ରୁ ଅଧିକ ଗୁଳି କରାଯାଇଛି । ବୁଧବାର ରାତି ୯ଟାରେ ଏହି ଘଟଣା କଂଝାଭଲା ଛକର ଟ୍ରାଫିକ ନିକଟରେ ଘଟିଛି । 

ପୋଲିସ ଅଧିକାରୀ ଏହି ଘଟଣାକୁ ଗ୍ୟାଙ୍ଗୱାର ଫଳ ବୋଲି କହିଛନ୍ତି । ପରିବାର ସହ ରୋହିଣୀ ଜିଲ୍ଲାର କରାଲ ନିବାସୀ ଅଞ୍ଚିଲ ବିରୋଧରେ ପୂର୍ବରୁ ଅପରାଧିକ ମାମଲା ରୁଜୁ ହୋଇଥିଲା । ପୋଲିସ ଅନୁସାରେ ଗାଁର ଜଣେ ଯୁବକଙ୍କ ୨୦୧୯ ଏପ୍ରିଲରେ ହତ୍ୟା ଉଦ୍ୟମରେ ଜେଲ ଯାଇଥିଲା । ସେ ତିନି ମାସ ପୂର୍ବରୁ ଜେଲରୁ ବାହାରିଥିଲେ । 

 

  • Tags:

Subscribe

National International State Sports Entertainment