କ୍ରିକେଟ୍‌: ଆଉଟ୍ ହେବାକୁ ନେଇ ବିବାଦ, ବ୍ୟାଟ୍ ମାଡ଼ରେ ବାଳକ ମୃତ
Khabar Odisha:Crime-Murder-killed-hit-bat-young-boy-death-playing-cricket-dispute-police-Unnao-in-UP

ଲଖନଉ, ଏପ୍ରିଲ ୦୧ (ଖବର ଓଡ଼ିଶା): ଉତ୍ତର ପ୍ରଦେଶର ଉନ୍ନାବ ଅଂଚଳରେ କ୍ରିକେଟ୍ ଖେଳ ସମୟରେ ଆଉଟ୍‌କୁ ନେଇ ବିବାଦ ହୋଇଛି । ସଫିପୁର କୋତୱାଲି ଅଂଚଳର ସାଲେହ ନଗର କରୌନ୍ଦୀ ଗାଁରେ ଜଣେ ବାଳକଙ୍କୁ ବ୍ୟାଟରେ ଆକ୍ରମଣ କରାଯାଇଛି । ଏଥିରେ ବାଳକର ମୃତ୍ୟୁ ହୋଇଛି । ଏହି ଘଟଣାରେ ସଂପୃକ୍ତ ବାଳକକୁ ପୋଲିସ ନିଜ ହେପାଜତରେ ରଖିଛି । 

କ୍ରିକେଟ ବ୍ୟାଟ ଦ୍ୱାରା ଆକ୍ରମଣର ଶିକାର ହେବା ପରେ ବାଳକକୁୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ମୃତ ବାଳକଙ୍କ ଘରେ ଶୋକର ଛାୟା ଖେଳିଯାଇଛି । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । 

କୁହାଯାଉଛି ଯେ, କରୌନ୍ଦୀ ନିବାସୀ ୧୦ମ ଶ୍ରେଣୀ ଛାତ୍ର ଅଜୀତ (୧୬) ବୁଧବାର ସନ୍ଧ୍ୟାରେ ଅନ୍ୟ ଛାତ୍ରଙ୍କ ସହିତ କ୍ରିକେଟ ଖେଳିବାକୁ ଯାଇଥିଲା । ଖେଳ ସମୟରେ କିଶୋର ନାମକ ଜଣେ ବାଳକ ଜଣକ ଆଉଟ ହୋଇଯାଇଥିଲା । କିନ୍ତୁ କିଶୋର ଯୁକ୍ତି କରିଥିଲା ଯେ, ଆଉଟ ହୋଇ ନାହାନ୍ତି । ଫଳରେ କିଶୋରକୁୁ ଅଜିତ ମାଡ଼ ମାରିଥିଲା । ଏଥିରେ ଉତ୍ତେଜିତ ହୋଇ ଅଜିତକୁ କିଶୋର ବ୍ୟାଟରେ ଆକ୍ରମଣ କରିଥିଲା । ଅଜିତ ଗୁରୁତର ହେବାରୁ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । 

 

  • Tags:

Subscribe

National International State Sports Entertainment