ଗ୍ୱାଲିୟରରେ ବ୍ୟାଟ୍‌ସମ୍ୟାନ୍ ୪୯ ରନ୍‌ରେ ଆଉଟ୍‌, ଫିଲ୍ଡରଙ୍କୁ ବ୍ୟାଟ୍‌ରେ ନିସ୍ତୁକ ମାଡ଼
Khabar Odisha:Crime-Madhya-Pradesh-Gwalior-out-at-49-batsman-critically-injured-fielder-who-took-catch

ଗ୍ୱାଲିୟର, ଏପ୍ରିଲ ୦୫ (ଖବର ଓଡ଼ିଶା): ମଧ୍ୟପ୍ରଦେଶର ଗ୍ୱାଲିୟରରେ ଖେଳାଯାଇଥିବା ଏକ କ୍ରିକେଟ୍ ମ୍ୟାଚରେ ହିଂସା ଦେଖାଯାଇଛି । ଜଣେ ୨୩ ବର୍ଷୀୟ ଯୁବକ ୪୯ ରନ୍‌ରେ ଆଉଟ୍ ହୋଇଯିବା ପରେ ଉତ୍ୟକ୍ତ ହୋଇ ଫିଲ୍ଡରଙ୍କୁ ବ୍ୟାଟ୍‌ରେ ଆକ୍ରମଣ କରିଛି । ପୋଲିସ ରବିବାର ସ୍ଥାନୀୟ ଗଣମାଧ୍ୟମକୁ ସୂଚନା ଦେଇଛି । 

ଗ୍ୱାଲିୟର ପୋଲିସର ଅଧୀକ୍ଷକ ରାମନରେଶ ପଚୌରୀ କହିଛନ୍ତି ଯେ, ସଚିନ ପରାଶର (୨୩) ନାମରେ ଜଣେ ଫିଲ୍ଡର ବ୍ୟାଟ୍‌ରେ ମାଡ଼ ଖାଇବା ପରେ ଗୁରୁତର ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବ୍ୟାଟ୍ସମ୍ୟାନ୍ ସଂଜୟ ପାଲିଆକୁ ହତ୍ୟା ଉଦ୍ୟମ କରୁଥିବା ନେଇ ଅଭିଯୁକ୍ତ ଦର୍ଶାଯାଇଛି । ଏହି ଅଭାବନୀୟ ଘଟଣା ଶନିବାର ପ୍ରଦର୍ଶନୀ ପଡ଼ିଆରେ ଖେଳାଯାଇଥିବା ମ୍ୟାଚ ସମୟରେ ଘଟିଛି । 

ପୋଲିସ କହିଛି ଯେ, ପଲିଆ ଅର୍ଦ୍ଧଶତକ ପାଇଁ ଆଉ ଗୋଟିଏ ରନ୍ ଆବଶ୍ୟକ କରୁଥିଲା । ଏହା ପୂରା କରିବା ପାଇଁ ଏକ ସର୍ଟ ଖେଳିଥିଲା, ଯାହାକି ସଚିନଙ୍କ ହାତରେ ପଡ଼ିଥିଲା । ପଲିଆ ଆଉଟ ହୋଇଯିବା ପରେ ସଚିନଙ୍କୁ ବ୍ୟାଟ୍‌ରେ ନିସ୍ତୁକ ମାଡ଼ ମାରିଥିଲା । ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଉଦ୍ୟମ କରୁଛି । 

 

  • Tags:

Subscribe

National International State Sports Entertainment