ଦଳିତ ଛାତ୍ରୀକୁ ସ୍କୁଲ ଯିବାରେ ଅଟକାଇଲେ; ବ୍ୟାଗ ଛଡ଼ାଇଲେ, ବିରୋଧ କରିବାରୁ ପରିବାର ଲୋକଙ୍କୁ ପିଟି ୭ ଗିରଫ
Khabar Odisha:Crime-MP-dalit-girl-stopped-from-attending-school-as-7-arrested-under-in-SC-ST

ଶାଜାପୁର, ଜୁଲାଇ ୨୭ (ଖବର ଓଡ଼ିଶା): ମଧ୍ୟପ୍ରଦେଶର ଶାଜାପୁରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଠାରେ ବାୱଲିୟାଖେଡି ଗାଁରେ ଜଣେ ଦଳିତ ଛାତ୍ରୀଙ୍କୁ ସ୍କୁଲ ଯିବା ପାଇଁ ମନା କରାଯାଇଛି । ଏହାକୁ ନେଇ ୨ ଟି ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଛି । ଏପରିକି ପ୍ରଭାବୀ ଗୋଷ୍ଠୀ ଛାତ୍ରୀଙ୍କୁ ସ୍କୁଲ ମନା କରିଦେଇଥିଲେ । ଛାତ୍ରୀର ସ୍କୁଲ ବ୍ୟାଗ ଛଡ଼ାଇ ନେଇଥିଲେ । ତାଙ୍କୁ ମାଡ଼ ମରାଯାଇଥିଲା । ଏହା ପରେ ଗାଁର ୨ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଛି । ମାଡ଼ ମରାଯିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ଏହି ମାମଲାରେ ପୋଲିସ ୭ ଜଣଙ୍କୁ ଗିରଫ କରିଛି । 

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବାୱଲିୟାଖେଡି ଗାଁରେ ଏହି ଅଘଟଣ ଘଟିଛି । ଏଠାରେ ଜଣେ ୧୬ ବର୍ଷୀୟ ଦଳିତ ଛାତ୍ରୀଙ୍କୁ ୩ ଜଣ ଯୁବକ ସ୍କୁଲ ଯିବାକୁ ମନା କରିଦେଇଥିଲେ । ସେହି ଯୁବକଙ୍କ କହିବା ଅନୁସାରେ ତାଙ୍କ ଗାଁର କୌଣସି ଝିଅ ସ୍କୁଲ ପଢ଼ିବାକୁ ଯାଆନ୍ତି ନାହିଁ । ଏଥି ପାଇଁ ସେ ମଧ୍ୟ ଯାଇପାରିବ ନାହିଁ । ଏହି କଥାକୁ ଝିଅର ଭାଇ ବିରୋଧ କରିଥିଲେ । ତେଣୁ ତାଙ୍କର ଉପରେ ମାଡ଼ ହୋଇଥିଲା । ଏହା ପରେ ୨ଟି ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ପୋଲିସ ଏସ୍‌ସିଏସ୍‌ଟି ମାମଲା ରୁଜୁ କରି ୭ ଜଣଙ୍କୁ ଗିରଫ କରିଛି ଓ ଘଟଣାର ତଦନ୍ତ କରୁଛି । ଦଳିତ ଝିଅ ଦଶମ ଶ୍ରେଣୀରେ ପାଠ ପଢ଼ନ୍ତି ଓ ପୂରା ଘଟଣା ସଂପର୍କରେ ଏକ ଭିଡିଓ ଜାରି କରିଛନ୍ତି । 

 

  • Tags:

Subscribe

National International State Sports Entertainment