ଜମଶେଦ୍ପୁର, ଜୁଲାଇ ୨୭ (ଖବର ଓଡ଼ିଶା): ଝାଡ଼ଖଣ୍ଡର ଜମଶେଦପୁରରେ ଏକ ଘର ଭିତରୁ ୩ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତକମାନେ ହେଲେ ଜଣେ ମହିଳା କନଷ୍ଟେବଳ, ତାଙ୍କର ମା’ ଓ ଝିଅ । ତେବେ ଜଣେ ପୋଲିସ କର୍ମଚାରୀଙ୍କ ପରିବାରର ୩ ଜଣଙ୍କୁ ହତ୍ୟା କରାଯିବା ନେଇ ପୋଲିସ ତଦନ୍ତ ପୂର୍ବରୁ ହରଡ଼ଘଣାରେ ପଡ଼ିଯାଇଥିଲା ।
ଜମଶେଦପୁର ପୋଲିସ ଲାଇନରେ ରହଥିବା ପରିବାରର ୩ ଜଣ ଲୋକ ବିଗତ ୨ରୁ ୩ ଦିନ ଅଚାନକ କେଉଁଆଡ଼େ ନିଖୋଜ ହୋଇଥିଲେ । ମାତ୍ର ତାଙ୍କ ଘରେ ତାଲା ପଡ଼ିଥିଲା । କିନ୍ତୁ ଘର ଭିତରେୁ ଦୁର୍ଗନ୍ଧ ଆସୁଥିଲା । ପଡୋଶୀ ଲୋକେ ସନ୍ଦେହ ହେବାରୁ ସେମାନଙ୍କର ସଂପର୍କୀୟଙ୍କୁ ସୂଚନା ଦେଇଥିଲେ । ଏହା ପରେ ପୋଲିସକୁ ମଧ୍ୟ ଖବର ଦିଆଯାଇଥିଲା ।
ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା । ଫ୍ଲାଟର ତାଲା ଖୋଲିଲା । କିନ୍ତୁ ଭିତରକୁ ପ୍ରବେଶ କରିବା ପାଇଁ ପୋଲିସ ସାହସ କରୁ ନଥିଲା । ଘର ଭିତରେ ୩ଟି ମୃତଦେହ ପଡ଼ିଥିଲା । ମହିଳା ପୋଲିସ କନଷ୍ଟେବଳ ସବିତା ହେମ୍ବ୍ରମ, ତାଙ୍କର ମା’ ଲକିୟା ମର୍ମୁ ଓ ୧୩ ବର୍ଷୀୟ ଝିଅ ଗୀତା ହେମ୍ବ୍ରମଙ୍କ ମୃ ଦେହକୁ ପୋଲିସ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଥିଲା । ମୃତଦେହ ପାଖରେ ରକ୍ତର ଗାର ପଡ଼ିଥିଲା, ଯାହାକି ଶୁଖି ଯାଇଥିଲା । ପୋଲିସ ପାରିପାଶ୍ୱର୍ିକ ପରିସ୍ଥିତିରୁ ଜାଣିଥିଲା ଯେ, ହତ୍ୟା ୨ରୁ ୩ ଆଗରୁ କରାଯାଇଛି ।
ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ସବିତାଙ୍କ ପତି ୧୪ ବର୍ଷ ପୂର୍ବରୁ ନକ୍ସଲ ଆକ୍ରମଣରେ ମୃତ୍ୟୁ ହୋଇସାରିଥିଲେ । ପତିଙ୍କ ମୃତ୍ୟୁ ପରେ ସବିତାଙ୍କୁ ପୋଲିସ ଚାକିରି ମିଳିଥିଲା । ସେ ଜମଶେଦପୁରରେ ଏସଏସ୍ପି କାର୍ଯ୍ୟାଳୟରେ ମୁତୟନ ଥିଲେ । ପୋଲିସ ତଦନ୍ତ ସମୟରେ ଜାଣିବାକୁ ପାଇଲା ଯେ, ସବିତା ଜମଶେଦପୁରର ଏସଏସପି ପ୍ରଭାତ କୁମାରଙ୍କ ଡ୍ରାଇଭର ରାମଚନ୍ଦ୍ର ସିଂହ ଜାମୁଦାଙ୍କ ସହିତ ପ୍ରେମ ସଂପର୍କ ରଖିଥିଲେ । ମାତ୍ର ରାମଚନ୍ଦ୍ର ପୂର୍ବରୁ ବିବାହିତ ଥିଲା । କିନ୍ତୁ ଏହା ପରେ ବି ସବିତା ଭଲ ସଂପର୍କରେ ଥିଲେ । ତେଣୁ ବେଳେ ବେଳେ ରାତିରେ ମଧ୍ୟ ରହିଯାଉଥିଲେ ।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ, ଏତେ ଘନିଷ୍ଠ ହେଲା ପରେ ମଧ୍ୟ ରାମଚନ୍ଦ୍ରଙ୍କୁ ସବିତାଙ୍କ ମୃତ୍ୟୁ ସଂପର୍କରେ ଜଣା ନଥିଲା । ପୋଲିସ ସନ୍ଦେହରେ ରାମଚନ୍ଦ୍ରଙ୍କ ମୋବାଇଲ ଡିଟେଲ ବାହାର କଲା । ତଦନ୍ତରେ ସନ୍ଦେହ ହୋଇଥିଲା । ଉଭୟ ବହୁ ସମୟ କଥା ହେଉଥିଲେ ମଧ୍ୟ ଜୁଲାଇ ୧୯ ତାରିଖ ପରଠାରୁ କଥାବାର୍ତ୍ତା ବନ୍ଦ କରିଥିଲେ । ପୋଲିସ ରାମଚନ୍ଦ୍ରଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ପରେ ସେ ହତ୍ୟାକାଣ୍ଡ ପାଇଁ ଦାୟୀ ବୋଲି କହିଥିଲା ।