ନୂଆଦିଲ୍ଲୀ, ଜୁନ୍ ୧୨ (ଖବର ଓଡ଼ିଶା): ଗୌତମବୁଦ୍ଧ ନଗରରେ ପୁଣି ଥରେ ଡିଜିଟାଲ ରେପ୍ ମାମଲା ସାମ୍ନାକୁ ଆସିଛି । ଗ୍ରେଟର ନୋଏଡା (ପଶ୍ଚିମ)ରେ ୩ ବର୍ଷୀୟ ଶିଶୁକନ୍ୟା ସହ ପ୍ଲେ ସ୍କୁଲରେ ଏଭଳି ଘୃଣ୍ୟକାମ ହୋଇଛି । ପୀଡିତା ଶିଶୁଙ୍କ ବାପା ହେଉଛନ୍ତି ଆୟକର ବିଭାଗର ଜଣେ ଅଧିକାରୀ । ସେ ନିଜର ଝିଅ ସହିତ ହୋଇଥିବା ଘଟଣା ବିରୋଧରେ ବିସରଖ ଥାନାରେ ଏତଲା ଦେଇଛନ୍ତି ।
ଗ୍ରେଟର ନୋଏଡାରେ ରହୁଥିବା ଆୟକର ବିଭାଗର ଅଧିକାରୀଙ୍କ ୩ ବର୍ଷୀୟ ଶିଶୁକନ୍ୟା ମୌର୍ଯ୍ୟ ଫାଉଣ୍ଡେଶନ ନାମକ ଏକ ପ୍ଲେ ସ୍କୁଲରେ ପଢ଼ୁଛି । ପୀଡିତ ଅଭିଯୋଗରେ କହିଛନ୍ତି ଯେ, ତାଙ୍କ ଝିଅ ସହିତ ପ୍ଲେ ସ୍କୁଲର କୌଣସି ବ୍ୟକ୍ତି ଡିଜିଟାଲ ରେପ ଘଟଣା କରିଛି । ଏହି ଘଟଣା ସ୍କୁଲରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ପୀଡିତ ଶିଶୁ ପରିବାର ଲୋକଙ୍କୁ କହିଥିଲା ଯେ, ସ୍କୁଲରେ ଜଣେ ଅଙ୍କଲ ତାଙ୍କ ସହିତ ଖରାପ କାମ କରିଛି । ମାତ୍ର ଶିଶୁକନ୍ୟା ଅଭିଯୁକ୍ତଙ୍କୁ ଚିହ୍ନିପାରୁ ନାହିଁ । ପୀଡିତ ଶିଶୁଙ୍କ ପିତାଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜୁ କରିଛି । ଅଭିଯୁକ୍ତକୁ ଗିରଫ କରିବା ପାଇଁ ଏକ ଟିମ୍ ଗଠନ କରିଛି । ପୋଲିସ ମାମଲାର ତଦନ୍ତ କରୁଥିବା କହିଛି ।
ପୋଲିସ କହିବା ଅନୁସାରେ ଡିଜିଟାଲ ରେପ୍ ଅର୍ଥ କୌଣସି ଝିଅ ବା ପୁଅକୁ ଇଣ୍ଟରନେଟ ମାଧ୍ୟମରେ ଶୋଷଣ । ଏହା ୨ଟି ଶବ୍ଦ (ଡିଜିଟାଲ ରେପ୍)ରୁ ଗଢ଼ିଛି । ଇଂରାଜୀର ଡିଜିଟ ଅର୍ଥ ଅଙ୍କ ହୋଇଥାଏ । ଇଂରାଜୀ ଶବ୍ଦକୋଶ ଅନୁସାରେ ଆଙ୍ଗୁଠି, ଶରୀରର ଅଙ୍ଗକୁ ମଧ୍ୟ ଡିଜିଟ ସଂମ୍ବୋଧିତ କରାଯାଇଥାଏ । ଯୌନ ଉତ୍ପୀଡନ ଯାହା ଡିଜିଟରେ କରାଯାଇଥାଏ, ତାକୁ ଡିଜିଟାଲ ରେପ କୁହାଯାଇଥାଏ । ଡିଜିଟାଲ ରେପ୍ ସହିତ ଜଡିିତ ଘଟଣା ପ୍ରାଇଭେଟ ପାର୍ଟର ବ୍ୟବହାର କରାଯାଇଥାଏ । ନିର୍ଭୟା କାଣ୍ଡ ପରେ ଦୁଷ୍କର୍ମ ଓ ଯୌନ ଉତ୍ପୀଡନ ନିୟନ୍ତ୍ରଣ ପାଇଁ ଡିଜିଟାଲ ରେପ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।