ଦିଲ୍ଲୀ ହିଂସା ଘଟଣା: ଷଡ଼ଯନ୍ତ୍ର ଅଭିଯୋଗରେ ଜମିଆ ବିଶ୍ୱବିଦ୍ୟାଳୟର ଛାତ୍ର ଗିରଫ
Khabar Odisha:Crime-Delhi-riots-conspiracy-case-Jamia-university-student-Asif-Tanha-arrested

ନୂଆଦିଲ୍ଲୀ, ମେ ୨୧ (ଖବର ଓଡ଼ିଶା): ଦିଲ୍ଲୀ ହିଂସା ଘଟଣାରେ ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ଜମିଆ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରକୁ ପୋଲିସ ଗିରଫ କରିଛି । ଆସିଫ ତହ୍ନାଙ୍କ ଉପରେ ୟୁଏପିଏ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ । ଏହି ଆଇନରେ କଠୋର ଦଣ୍ଡ ବ୍ୟବସ୍ଥା ରହିଛି । ଆସିଫ ତହ୍ନା ଜାମିଆ କୋର୍ଡିନେଶନ କମିଟିର ସଦସ୍ୟ ଅଟନ୍ତି । ଏଥି ସହିତ ସେ ଷ୍ଟୁଡେଣ୍ଟ ଇସଲାମିକ ସଂଗଠନର ସକ୍ରିୟ ସଦସ୍ୟ ଅଛନ୍ତି । ଏହା ବ୍ୟତୀତ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ହିଂସା ଅଭିଯୋଗରେ ଚାନ୍ଦବାଗ ଅଂଚଳରୁ ମଧ୍ୟ ଜଣେ ବ୍ୟକ୍ତିକୁ ଗିରଫ କରିଛି । ଗିରଫ ଅଭିଯୁକ୍ତକୁ ପୋଲିସ ପଚରାଉଚରା କରୁଛି । 

ସୂଚନାଯୋଗ୍ୟ, ନିକଟରେ ଦିଲ୍ଲୀ ହିଂସା ସହିତ ଜଡ଼ିତ ଏକ ଏକ ଗୁରୁତ୍ୱପୂର୍ଣ୍ଣ ଖବର ପ୍ରକାଶିତ ହୋଇଥିଲା । ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ମିଳିଥିଲା । ଦିଲ୍ଲୀରେ ହୋଇଥିବା ହିଂସା ସିଧାସଳକ ପାକିସ୍ତାନରୁ ପରିଚାଳିତ ହେଉଥିଲା । କୁହାଯାଇଥିଲା ଯେ, ଏହି ହିଂସାରେ ତହରିକ-ଏ-ଇନସାଫର ବଡ଼ ଭୂମିକା ଥିଲା । 

 

  • Tags:

Subscribe

National International State Sports Entertainment