ନୂଆଦିଲ୍ଲୀ, ଜୁଲାଇ ୨୩ (ଖବର ଓଡ଼ିଶା): ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ ଏକ ଅଭାବନୀୟ ଘଟଣା ଘଟିଛି । ଦିଲ୍ଲୀର ଗୌତମପୁର ଅଞ୍ଚଳରେ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ ଫ୍ରିଜ୍ ଭିତରୁ ଉଦ୍ଧାର ହୋଇଛି । ପୋଲିସ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ମୃତ ବ୍ୟକ୍ତିଙ୍କର ମୁଣ୍ଡରେ ଆଘାତ ଲାଗିଛି ।
ପୋଲିସ କହିବା ଅନୁସାରେ ଶୁକ୍ରବାର ସନ୍ଧ୍ୟା ୭ଟା ୧୫ରେ ଜଣେ ଯୁବକ ପିସିଆରକୁ ଫୋନ୍କରି ଡାକିଥିଲା । ସେ କହିଥିଲା ଯେ, ସଂପର୍କୀୟ ଫୋନ ଉଠାଉନାହାନ୍ତି । ଅଭିଯୋଗ ମିଳିବା ପରେ ପୋଲିସ ସିଲମପୁରୀ ଥାନା ଅନ୍ତର୍ଗତ ଗୌତମପୁରୀ ଅଞ୍ଚଳରେଥିବା ଘରେ ପହଞ୍ଚିଥିଲା । ତଦନ୍ତ ସମୟରେ ପୋଲିସ ଯେତେବେଳେ ଫ୍ରିଜ୍ ଖୋଲିଥିଲା, ସେଥିରେ ଜଣେ ବ୍ୟକ୍ତିଙ୍କର ମୃତଦେହ ପାଇଥିଲା ।
ପୋଲିସ ମାମଲାକୁ ସମ୍ବେଦନଶୀଳ ଭାବେ ତଦନ୍ତ କରୁଛି । କ୍ରାଇମବ୍ରାଞ୍ଚ ଓ ଏଫଏସ୍ଏଲର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛନ୍ତି । ମୃତକଙ୍କ ନାମ ଜାକିର (୫୦) ବୋଲି ଚର୍ଚ୍ଚା ହେଉଛି । ପୋଲିସ କହିବା ଅନୁସାରେ ଜାକିର ସେହି ଘରେ ଏକାକୀ ରହୁଥିଲା । ତାଙ୍କର ପତ୍ନୀ ଓ ପିଲାମାନେ ଟିକିଏ ଦୂରରେ ଅଲଗା ରହୁଥିଲେ ।