ଅଙ୍କିତା ହତ୍ୟା ମାମଲା: ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ; ମୃତ୍ୟୁ ପୂର୍ବରୁ ଶରୀରରେ ଥିଲା କ୍ଷତ ଚିହ୍ନ
Khabar Odisha:Crime-Ankita-Bhandari-postmortem-report-revealed-injury-marks-on-body-before-death

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୫ (ଖବର ଓଡ଼ିଶା): ଉତ୍ତରାଖଣ୍ଡ ରିସର୍ଟର ରିସେପଶନିଷ୍ଟ ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ପୁଲକିତ ଆର୍ଯ୍ୟଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ । ଅଙ୍କିତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି, ଯେଉଁଥିରେ କି ଶରୀରରେ ମୃତ୍ୟୁ ପୂର୍ବରୁ କ୍ଷତ ଚିହ୍ନ ଥିଲା ବୋଲି ସ୍ପଷ୍ଟ କରାଯାଇଛି । 

ମାତ୍ର ପୋଷ୍ଟମର୍ଟମ ରିପୋର୍ଟରେ ଅଙ୍କିତାଙ୍କ ମୃତ୍ୟୁର କାରଣ ପାଣିରେ ବୁଡ଼ି ବୋଲି ଦର୍ଶାଯାଇଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପୁଲକିତ ଆର୍ଯ୍ୟଙ୍କ ପାଇଁ ଅଡୁଆ ବଢ଼ିପାରେ । ଅନ୍ୟପଟରେ ତାଙ୍କର ପିତା ବିନୋଦ ଆର୍ଯ୍ୟ କହିଛନ୍ତି ଯେ, ତାଙ୍କର ପୁଅ ସରଳ ଓ ନଷ୍କପଟ । 

ସୂଚନାଯୋଗ୍ୟ, ପୁଲକିତ ଆର୍ଯ୍ୟଙ୍କ ରିସର୍ଟରେ ଅଙ୍କିତା ଭଣ୍ଡାରୀ ରିସେପଶନିଷ୍ଟ ଥିଲେ ଏବଂ ୪ ଦିନ ପର୍ଯ୍ୟନ୍ତ ନିଖୋଜ ଥିଲେ । ସେପ୍ଟେମ୍ବର ୧୮ରେ ଅଙ୍କିତା ଭଣ୍ଡାରୀ ରିସର୍ଟ ମାଲିକ ପୁଲକିତ ଆର୍ଯ୍ୟ, ମ୍ୟାନେଜର ସୌରଭ ଭାସ୍କର ଓ ଅଙ୍କିତ ଓରଫ ପୁଲକିତ ଗୁପ୍ତାଙ୍କ ସହିତ ରାତି ୮ଟାରେ ଋଷିକେଶ ଯାଇଥିଲେ । ଏହା ପରେ ସେ ନିଖୋଜ ହୋଇଯାଇଥିଲେ । ପରେ ପୁଲିସ ତଦନ୍ତରୁ ଜଣାପଡ଼ିଲା ଯେ, ଅଭିଯୁକ୍ତମାନେ ଝଗଡ଼ା ପରେ ତାଙ୍କୁ ଧକ୍କା ଦେଇଥିଲେ, ଯାହା ଫଳରେ ନାଳରେ ବୁଡ଼ି ଅଙ୍କିତାଙ୍କ ମୃତ୍ୟୁ ହୋଇଥିଲା । ବହୁତ ଖୋଜାଖୋଜି ପରେ ପୁଲିସକୁ ଅଙ୍କିତାଙ୍କ ମୃତଦେହ ଚିଲ୍ଲା ପାୱାର ହାଉସ ନିକଟରୁ ମିଳିଥିଲା । ପୂର୍ବରୁ ଅଙ୍କିତା ହତ୍ୟା ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି । 

ଏହି ମାମଲାରେ ପୁଲିସକୁ ଜମ୍ମୁର ଜଣେ ବ୍ୟକ୍ତିଙ୍କ ସହିତ ଅଙ୍କିତାଙ୍କ ଚାଟିଂ ଓ ଏକ ଅଡିଓ ମିଳିଭଥିଲା । ଅଙ୍କିତାଙ୍କୁ ଏହି ବ୍ୟକ୍ତି ରିସର୍ଟରେ ଚାକିରି କରାଇ ଦେଇଥିଲେ । ଏହି ବ୍ୟକ୍ତି ହେଲେ ଦୀପ ପୁଷ୍ପ । ଉଭୟଙ୍କ ଇନଷ୍ଟାଗ୍ରାମ ମାଧ୍ୟମରେ ବନ୍ଧୁତା ସ୍ଥାପନ ହୋଇଥିଲା । ଦୀପଙ୍କ କହିବା ଅନୁସାରେ ଅଙ୍କିତାଙ୍କୁ ସେ ଓଲେକ୍ସ ବିଜ୍ଞାପନ ମାଧ୍ୟମରେ ଚାକିରି କରାଇ ଦେଇଥିଲେ । ପଚରାଉଚରା ବେଳେ ଦୀପ ପୁଲିସକୁ କହିଛନ୍ତି ଯେ, ଅଙ୍କିତାଙ୍କ ମୃତ୍ୟୁର ଦିନକ ପୂର୍ବରୁ ଅର୍ଥାତ ଗତ ୧୭ ତାରିଖରେ ସେ ଅଙ୍କିତାଙ୍କୁ କହିଥିଲେ ଯେ, ସେ ଋଷିକେଶରେ ଥିଲେ । ଏବେ ଜମ୍ମୁ ଯାଉଛି । ସେ କହିଛନ୍ତି ଯେ, ଗତ ଅଗଷ୍ଟ ୨୮ ତାରିଖରେ ଅଙ୍କିତା ରିସର୍ଟରେ ରିସେପଶନିଷ୍ଟ ଭାବେ ଚାକିରି ଆରମ୍ଭ କରିଥିଲେ । ଦୀପ ପୁଲିସକୁ କହିଛନ୍ତି ଯେ, ସେପ୍ଟେମ୍ବର ୧ ତାରିଖରେ ମେସେଜ କରି ଅଙ୍କିତା କହିଥିଲେ ଯେ, ତାଙ୍କୁ  ଜଣେ ଯୁବକ ବଳପୂର୍ବକ ଗଳା ଲଗାଇବାକୁ ଉଦ୍ୟମ କରିଥିଲା । 

 

  • Tags:

Subscribe

National International State Sports Entertainment