୧୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଘଟଣାରେ ୫ ଗିରଫ
Khabar Odisha:Brown-sugar-worth-Rs-14-million-was-seized-and-five-people-were-arrested-in-the-incident
ପୁରୀ, ଜାନୁଆରୀ ୦୭(ଖବର ଓଡିଶା):

ରାଜ୍ୟରେ ଥମିବାର ନା ଧରୁନି ବ୍ରାଉନସୁଗାର କାରବାର । ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ବ୍ରାଉନସୁଗାର ଜବତ ହେଉଛି । ପୁଣି ୧୪୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୧୪ ଲକ୍ଷ ଟଙ୍କା ହେବ । ସେହିପରି ଏହି ଘଟଣାରେ ୫ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । 

ସୂଚନା ଅନୁସାରେ, ପୁରୀ ଜିଲ୍ଲା ବାସେଳିସାହି ଥାନା ହୁଙ୍କାରେଶ୍ୱର ମନ୍ଦିର ମାତାମଠ ନିକଟରୁ ବ୍ରାଉନସୁଗାର ଜବତ ହୋଇଛି । ଏସଟିଏଫ ଓ ବାସେଳିସାହି ଥାନା ପୋଲିସ ଚଢଉ କରିଥିଲା । ଫଳରେ ୧୪୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି । 

ତେବେ ଘଟଣାରେ ୫ ଜଣଙ୍କୁ ପୋଲିସ ଗିରଫ କରିଛି । ଏହାସହିତ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ କାର ଓ ନଗଦ ୫୦ ହଜାର ଟଙ୍କା ଜବତ କରାଯାଇଛି । ବର୍ତ୍ତମାନ ଘଟଣାରେ ଅଧିକ ତଦନ୍ତ ଜାରି ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

  • Tags:

Subscribe

National International State Sports Entertainment