ବୀରମିତ୍ରପୁର ନାବାଳିକାକୁ ଦୁଷ୍କର୍ମ ଏବଂ ଗର୍ଭପାତ ଘଟଣା, ନିଲମ୍ୱିତ ହେଲେ ଅଭିଯୁକ୍ତ ଥାନା ଅଧିକାରୀ
Khabar Odisha:Birmitrapur-juvenile-delinquency-and-abortion-case-accused-police-officer-suspended
ରାଉରକେଲା, ଜୁନ ୨୬ (ଖବର ଓଡ଼ିଶା):

ବୀରମିତ୍ରପୁର ନାବାଳିକାକୁ ଦୁଷ୍କର୍ମ ଏବଂ ଗର୍ଭପାତ ଘଟଣାରେ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝି ନିଲମ୍ବିତ ହୋଇଛନ୍ତି । ଆନନ୍ଦ ଚନ୍ଦ୍ର ମାଝିଙ୍କୁ ନିଲମ୍ବିତ କଲେ ପଶ୍ଚିମାଞ୍ଚଳ ଡି.ଆଇ.ଜି କବିତା ଜଲାନ୍ l କାର୍ଯ୍ୟରେ ଅବହେଳା ଓ ବେଆଇନ୍ କାର୍ଯ୍ୟ ଯୋଗୁ ତାଙ୍କୁ ନିଲମ୍ବନ କରାଯାଇଥିବା ନେଇ ପଶ୍ଚିମାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି l

ଏହା ଛଡା ଏହି ସ୍ପର୍ଶକାତର ମାମଲାରେ ଜଣେ ଡିଏସପି ସ୍ତରୀୟ ଅଧିକାରୀ ତଦନ୍ତ କରୁଛନ୍ତି l ଘଟଣାରେ ଯେଉଁମାନଙ୍କର ସମ୍ପୃକ୍ତି ଥିବ ଆଇନ୍ ଅନୁଯାୟୀ ସମସ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ ଉଚ୍ଚ କତୃପକ୍ଷ କହିଛନ୍ତି I ଘଟଣାରେ ୬ ଜଣଙ୍କ ନାମରେ ରାଏବୋଗା ଥାନାରେ ମାମଲ ରୁଜୁ ହୋଇଛି l ଗତ କାଲି ବିଜେପି ମହିଳା ମୋର୍ଚ୍ଚା ଡ଼ିଆଇଜିଙ୍କୁ ସାକ୍ଷାତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ।

  • Tags:

Subscribe

National International State Sports Entertainment