କୋଲକାତା: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣାର ଭାଟପଡ଼ାରେ ବିଜେପି ନେତା ପ୍ରିୟଙ୍ଗୁ ପାଣ୍ଡେଙ୍କ କାର୍ ଉପରକୁ ୬ରୁ ୭ ରାଉଣ୍ଡ ଗୁଳି ଚାଳନା କରାଯାଇଛି। ସେହିପରି ତାଙ୍କ କାର୍ ଉପରକୁ ମଧ୍ୟ ବୋମା ମାଡ଼ ହୋଇଛି। ସୌଭାଗ୍ୟବଶତଃ ବିଜେପି ନେତାଙ୍କର କୌଣସି କ୍ଷତି ହୋଇନାହିଁ। ପୁଲିସ ଘଟଣାସ୍ଥଳରୁ ୨ଟି ବୋମା ମଧ୍ୟ ଜବତ କରିଛି। ବିଜେପି ନେତା ଅର୍ଜୁନ ସିଂହ କହିଛନ୍ତି ଯେ ପ୍ରିୟଙ୍ଗୁଙ୍କୁ ହତ୍ୟା ପାଇଁ ଯୋଜନା କରାଯାଇଥିଲା
ସ୍ଥାନୀୟ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଭାରତୀୟ ଜନତା ପାର୍ଟି (ବିଜେପି) ପଶ୍ଚିମବଙ୍ଗରେ ୧୨ ଘଣ୍ଟିଆ ବନ୍ଦ ଜାରି ରଖିଛି। ସକାଳ ୬ଟାରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ସନ୍ଧ୍ୟା ଯାଏଁ ଜାରି ରହିବ।
ହାୱଡ଼ାରେ ସରକାରୀ ବସ୍ ଚାଳକମାନେ ହେଲମେଟ୍ ପିନ୍ଧି ବସ୍ ଚଳାଉଛନ୍ତି। ଜଣେ ଡ୍ରାଇଭର କହିଛନ୍ତି, ଆଜି ବନ୍ଦ ଥିବାରୁ ଆମେ ହେଲମେଟ୍ ପିନ୍ଧିଛୁ। ଅଲିପୁରଦ୍ୱାରରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବିଜେପି କର୍ମୀଙ୍କୁ ପୁଲିସ ଅଟକ ରଖିଛି। ପଶ୍ଚିମବଙ୍ଗର ଉତ୍ତର ଦିନାଜପୁରରେ ବିଜେପିର ବନ୍ଦ ବେଳେ ନିଆଁ ଲାଗିଥିବା ଖବର ମିଳିଛି।
ବିଜେପି ବିଧାୟକ ଅଶୋକ କୀର୍ତ୍ତନିଆ କହିଛନ୍ତି, ଆଜି ବେଙ୍ଗଲ ବନ୍ଦ ଚାଲିଛି। ରାଜ୍ୟରେ ଆଇନଶୃଙ୍ଖଳା ପରିଚାଳନା କରିବାରେ ପୁଲିସ ବିଫଳ ହୋଇଛି। ଆମେ ଏଠାରୁ ହଟିବୁ ନାହିଁ, ଆମେ ଲଢ଼େଇ ଜାରି ରଖିବୁ। ଦଳର ବରିଷ୍ଠ ନେତା ଅଶୋକ କିର୍ତ୍ତିନିଆଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ଉତ୍ତର ୨୪ ପ୍ରଗଣାର ବନଗାଓଁ ଷ୍ଟେସନରେ ଟ୍ରେନ୍ ଅଟକାଇଛନ୍ତି।
ଅଧିକ ପଢ଼ନ୍ତୁ: ଗୁଜରାଟ ବନ୍ୟାରେ ୭ ଜଣଙ୍କ ମୃତ୍ୟୁ