ଅଯୋଧ୍ୟା: ଉତ୍ତରପ୍ରଦେଶର ଅଯୋଧ୍ୟାରେ ନାବାଳିକା ସହିତ ଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ସମାଜବାଦୀ ପାର୍ଟି ନେତା ମୋଇଦ ଖାନ ଉପରେ ଏବେ ବୁଲଡୋଜର ଆକ୍ସନ ପାଇଁ ପ୍ରସ୍ତୁତି ଚାଲିଛି। ମୋଇଦ ଖାନର ବେକରୀ ସମେତ ଏକାଧିକ ସ୍ଥାବର ସଂପତ୍ତି ଉପରେ କାର୍ଯ୍ୟାନୁଷ୍ଠାନ ହୋଇପାରେ। ଶୁକ୍ରବାର ରାଜସ୍ବ ବିଭାଗ ଅଭିଯୁକ୍ତର ସଂପତ୍ତି ଯାଞ୍ଚ କରାଯାଇଛି। ଆଜି ରାଜସ୍ବ ବିଭାଗର ଟିମ୍ ପୁଣି ଥରେ ପହଞ୍ଚିଛନ୍ତି। ମୋଇଦ ଖାନ ଉପରେ ପୋଖରି ଓ କବ୍ରିସ୍ତାନ ସହିତ ଅନେକ ସରକାରୀ ଜମି ଜବରଦଖଲ କରାଯାଇଥିବା ନେଇ ଅଭିଯୋଗ ରହିଛି।
ମୋଇଦ ଖାନର ବେକରୀରେ ପ୍ରସ୍ତୁତ ନମୁନା ମଧ୍ୟ ସଂଗ୍ରହ କରାଯିବା ସହ ଏହାକୁ ସିଲ କରିଦିଆଯାଇଛି। ସହକାରୀ ଖାଦ୍ୟ ଆୟୁକ୍ତ ମାଣିକଚାନ୍ଦ ସିଂହ କାର୍ଯ୍ୟାନୁଷ୍ଠାନ ନେବା ସହିତ କହିଛନ୍ତି, ଅଭିଯୁକ୍ତର ବେକରୀ ଲାଇସେନ୍ସ ରଦ୍ଦ ହେବ।
ଘଟଣା ସଂପର୍କରେ ପ୍ରଘଟ ନକରିବା ପାଇଁ ଜଣେ ଅଭିଯୁକ୍ତ ପୀଡିତାଙ୍କୁ ଭେଟିବା ପାଇଁ ହସ୍ପିଟାଲ ଯାଇଥିଲା। ସେଠାରେ ଧମକ ଦେଇଥିଲା। ପୀଡିତାଙ୍କ ପରିବାର ଲୋକଙ୍କୁ ଧମକ ଦେବା ଅଭିଯୋଗରେ ସମାଜବାଦୀ ପାର୍ଟି ନେତା ଓ ପଂଚାୟତ ଅଧ୍ୟକ୍ଷ ମହମ୍ମଦ ରଶିଦ, ସମାଜବାଦୀ ପାର୍ଟି ନେତା ଜୟ ସିଂହ ରାଣା ଓ ଅନ୍ୟ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ଗଣଦୁଷ୍କର୍ମର ଏହି ଘଟଣା ଅଯୋଧ୍ୟାର କଳନ୍ଦର ଥାନା ଅଧୀନରେ ଘଟିଛି। ଏଠାରେ ଜଣେ ନାବାଳିକାକୁ ଅଭିଯୁକ୍ତମାନେ ଦୁଷ୍କର୍ମ ପରେ ଏହାର ଅଶ୍ଲୀଳ ଭିଡିଓ ପ୍ରସ୍ତୁତ କରିଥିଲେ। ଏହି ଭିଡିଓକୁ ଆଧାରକରୁ ବାରମ୍ବାର ଖରାପ କାମ କରି ଚାଲିଥିଲେ। ତେବେ ପୀଡିତା ୨ ମାସର ଗର୍ଭବତୀ ହେଲା ପରେ ଘଟଣା ଜଣାପଡ଼ିଥିଲା।
୧୨ ବର୍ଷୀୟ ନାବାଳୁକା ୪ ଭଉଣୀଙ୍କ ମଧ୍ୟରୁ ସବାସାନ। ଦୁଇ ବର୍ଷ ପୂର୍ବରୁ ବାପାଙ୍କ ମୃତ୍ୟୁ ହୋଇସାରିଛି। ମା’ ଓ ବଡ଼ ଭଉଣୀମାନଙ୍କ ଝାଳବୁହା ଉପାର୍ଜନରୁ ପରିବାର ଚଳେ। ପାଖାପାଖି ଅଢ଼େଇ ମାସ ପୂର୍ବରୁ ପୀଡିତା ଖେତରୁ କାମ ସାରି ଘରକୁ ଫେରୁଥିଲେ। ଏହି ସମୟରେ ରାସ୍ତାରେ ରାଜୁ ନାମକ ଜେଣ ଯୁବକ କହିଥିଲା- ମାଲିକା ମୋଇଦ ଖାନ ଡାକୁଛି। ଅଭିଯୋଗ ହୋଇଛି ଯେ, ମୋଇଦ ଦୁଷ୍କର୍ମ କରିଥିଲା ଏବଂ ରାଜୁ ଏହାର ଭିଡିଓ ପ୍ରସ୍ତୁତ କରିଥିଲା। ପରେ ମଧ୍ୟରେ ଭିଡିଓର ଆଳ ଦେଖାଇ ଦୁଷ୍କର୍ମ କରିଥିଲା। ୨ ମାସ ପରେ ଘଟଣା ଜଣାପଡ଼ିଲା ପରେ ଥାନାରେ ଏତଲା ହୋଇଛି।