ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ବ୍ଲେଡରେ କାଟି ଦେଲେ ଗଳା
Khabar Odisha:Attack-on-youth-in-berhampur
ଭୁବନେଶ୍ୱର, ଏପ୍ରିଲ 3 (ଖବର ଓଡିଶା) :

 ପୁଣି ବ୍ରହ୍ମପୁରରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଆକ୍ରମଣ । ବ୍ରହ୍ମପୁର ଆଙ୍କୁଲି ଅଞ୍ଚଳର ଜଣେ ଯୁବକଙ୍କ ଗଳାକୁ କାଟି ହତ୍ୟା ଉଦ୍ୟମ କରାଯାଇଛି । ଗୁରୁତର ଅବସ୍ଥାରେ ଯୁବକ ହସ୍ପିଟାଲରେ ଭର୍ତ୍ତି ।

ସୂଚନାନୁସାରେ, ସୁଭମ ବେହେରା ନାମକ ଜଣେ ଯୁବକ ଆଜି ସକାଳୁ ଗୋପାଳପୁର ରାସ୍ତାରେ ଥିବା ଡୁରା ଛକ ନିକଟସ୍ଥ ଏକ ପୋଖରୀରେ ଗାଧେଇବାକୁ ଯାଇଥିଲେ । ଠିକ ସେହି ସମୟରେ କିଛି ଦୁର୍ବୃତ୍ତ ଆସି ତାଙ୍କୁ ଏକ ଧାରୁଆ ବ୍ଲେଡ଼ରେ ଆକ୍ରମଣ କରିଥିଲେ । ଯୁବକ ଜଣକ ଗୁରୁତର ହୋଇପଡିଥିଲେ । ଯୁବକଙ୍କ ଗୁରୁତର ଅବସ୍ଥା ଦେଖି କିଛି ସାଙ୍ଗସାଥି ପରିବାରକୁ ଖବର ଦେଇଥିଲେ ।

ପରିବାର ଲୋକେ ତାଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରିଛନ୍ତି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପର୍ଣ୍ଣ ଥିବା ଜଣାପଡିଛି । ତାଙ୍କର ଗଳାର ତିନୋଟି ଜାଗା କାଟିବା ସହ ହାତର ତିନୋଟି ସ୍ଥାନରେ ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି  । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଆକ୍ରମଣ କରାଯାଇଥିବା କୁହାଯାଉଛି ।

  • Tags:

Subscribe

National International State Sports Entertainment