ପୁଣି ମୋ ବସରୁ ଲୁଟିଲେ ଲୁଟେରା, ୭୦ ବର୍ଷୀୟ ହୃଦରୋଗୀଙ୍କଠୁ ଲୁଟିଥିବା ଅଭିଯୋଗ ଭୁବନେଶ୍ୱର, ସେପ୍ଟେମ୍ବର ୩୦(ଖବର ଓଡିଶା): Share story: ପୁଣି ମୋ ବସରୁ ଲୁଟ । ୭୦ ବର୍ଷୀୟ ହୃଦରୋଗୀଙ୍କଠୁ ଲୁଟିଲେ ଲୁଟେରା। ଲୁଟର ଶିକାର ହୋଇଥିବା ରୋଗୀ ହେଲେ ଅକ୍ଷୟ କୁମାର ନାୟକ । ତେବେ ଏନେଇ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି । ଅକ୍ଷୟ ରସୁଲଗଡ଼ରୁ ୨୫ ନମ୍ବର ବସରେ ଉଠି ଯାଉଥିଲେ । ବସ୍ ରାଜମହଲ ଅତିକ୍ରମ କରୁଥିବା ବେଳେ ଲୁଟ ହୋଇଥିବା ସୂଚନା ମିଲିଛି । ସେପଟେ ଅଭିଯୋଗ ପାଇବା ପରେ ସିସିଟିଭି ଯାଞ୍ଚ କରୁଛି ପୋଲିସ । କିଛିଦିନ ତଳେ ଗଞ୍ଜାମର ଜଣେ କ୍ୟାନସର ରୋଗୀଙ୍କଠାରୁ ଲୁଟ୍ ହୋଇଥିଲା । ପରେ ଅଭିଯୁକ୍ତଙ୍କୁ ଧରିବା ସହ ଲୁଟ୍ ଟଙ୍କା ଫେରାଇଥିଲା କମିଶନରେଟ ପୋଲିସ । ଖବର ଓଡ଼ିଶା, Reporter, 29/09/2022