ସାମ୍ନାକୁ ଆସିଲା ଡିଜେ ଆଜେକ୍ସଙ୍କର ମୃତ୍ୟୁ ପୂର୍ବର ଅଡିଓ ରେକର୍ଡ
Khabar Odisha:An-audio-recording-of-DJ-Azexs-before-death-has-surfaced
ଖବର ଓଡିଶା : 23/03/2023

ସାମ୍ନାକୁ ଆସିଲା ଡିଜେ ଆଜେକ୍ସଙ୍କର ମୃତ୍ୟୁ ପୂର୍ବର ଅଡିଓ ରେକର୍ଡ, ଫୋଟୋ ଆଉ ମେଲ କରାଯାଇଥିବା ମେସେଜ | ଯେଉଁ ଫୋଟୋରେ ଆଜେକ୍ସ ମାନସିକ ଚାପରେ ଥିବା ସ୍ପଷ୍ଟ ଜଣାପଡୁଛି | ତେବେ ମୃତ୍ୟୁର କିଛି ମୁହୂର୍ତ୍ତ ପୂର୍ବରୁ ମୋବାଇଲରେ ସେଲଫି ନେଇଥିଲେ ଡିଜେ ଆଜେକ୍ସ । ହେଲେ ଏଠି ଫଟୋ ପାଇଁ ହସ ହସ ପୋଜ୍ ନଥିଲା, ଆଖିରେ ଭରି ରହିଥିଲା ଅନେକ ଅକୁହା ଲୁହ । ଫଟୋଟିକୁ ଉଠାଇ ସାରିବା ପରେ ସେହି ଫଟୋକୁ ଅକ୍ଷୟ ପଠାଇଥିଲେ ତାଙ୍କ ଗର୍ଲଫ୍ରେଣ୍ଡ ଜିଜ୍ଞାସାଙ୍କ ପାଖକୁ । ଫଟୋ ସହ ମେଲ୍‌ରେ ଲେଖିଥିଲେ ଅନେକ କୋହଭରା କଥା । ବ୍ଲାକ୍ ସାର୍ଟ ପିନ୍ଧିଥିବା ଏକ ଫଟୋ ସେୟାର କରି ଆଜେକ୍ସ ଓରଫ୍ ଅକ୍ଷୟ ଲେଖିଥିଲେ ଯେ, ଦେଖ, ତମେ ଦେଇଥିବା ମନପସନ୍ଦର ସାର୍ଟ ମୁ ପିନ୍ଧିଛି । ସପ୍ତାହେ ହେଲାଣି ମୁ ଶୋଇପାରୁନି, ସ୍ଲିପିଂ ଟାବଲେଟ୍ ଖାଉଛି । ତମେ ତ ଏବେ ବହୁତ ଖୁସି ଥିବ ନା, ମୁଁ ଯାଉଛି ଏବେ ତୁମ ଲାଇଫରୁ । ସେପଟେ ଜିଜ୍ଞାସା ପୋଷ୍ଟ କରିଥିବା ଅନ୍ୟ ଏକ ଫଟୋକୁ ପଠାଇ ଅକ୍ଷୟ ଲେଖିଥିଲେ, ମୋ ସହ କେବେ ଏମିତି ଫଟୋ ତ ଷ୍ଟାଟସ ଦେଲନି । ଏସବୁ ଦେଖି ମୁଁ ନୀତିଦିନ ଯମ ଯନ୍ତ୍ରଣା ପାଉଛି । ଫଟୋ ଓ ଲେଖା ସହ ଜିଜ୍ଞାସାଙ୍କ ପାଖକୁ କିଛି ଭଏସ ରେକର୍ଡ ବି ପଠାଇଥିଲେ ଅକ୍ଷୟ । ଯେଉଁଥିରେ ଅକ୍ଷୟ ମାନସିକ ଚାପରେ ଥିବା ବାରି ହେଉଛି । 

ମୃତ୍ୟୁ ପୂର୍ବରୁ ଅକ୍ଷୟ ଲେଖିଥିବା ଏସବୁ ମେଲ୍, ଫଟୋ, ଓ ଅଡିଓ ରେକର୍ଡ ତାଙ୍କ କମ୍ପ୍ୟୁଟରରୁ ମିଳିଛି । ମେଲରେ ଅଟୋ ଡେଟ୍ ସେଟ୍ କରିଥିଲେ ଅକ୍ଷୟ । ୧୮ରେ ଆତ୍ମହତ୍ୟା କଲେ, ଆଉ ଜିଜ୍ଞାସାଙ୍କ ପାଖରେ ମେଲ୍ ପହଁଚିଥିଲା ୨୦ ତାରିଖରେ । ଅନ୍ୟପଟେ ପରିବାରଲୋକ ଆଜି ପୁଣି ଅଭିଯୋଗ କରିଛନ୍ତି ଯେ, ଜିଜ୍ଞାସା ଓ ତାଙ୍କ ବନ୍ଧୁ ରଶ୍ମିରଂଜନ ରଣସିଂଙ୍କ ସମ୍ପର୍କ ପାଇଁ ହିଁ ମାନସିକ ଚାପରେ ଥିଲେ ଅକ୍ଷୟ ଏବଂ ସେଥିପାଇଁ ସେ  ଜୀବନ ହାରିଦେଲେ । କିନ୍ତୁ ସେ ବାବଦରେ ଏଯାଏଁ ଜିଜ୍ଞାସା କିମ୍ବା ତାଙ୍କ ବନ୍ଧୁ ରଶ୍ମିଙ୍କ ପକ୍ଷରୁ କିନ୍ତୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ରାଜଧାନୀର ଫେମସ୍ ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କ ମୃତ୍ୟୁକୁ ୫ ଦିନ ବିତିଲାଣି। ସେପଟେ ଆଇପିସି ଦଫା ୩୦୬ ଅର୍ଥାତ୍ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବାର ପ୍ରମାଣ ଖୋଜୁଛି ପୋଲିସ ।

Subscribe

National International State Sports Entertainment