ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ
Khabar Odisha:Allegations-of-sexual-misconduct-against-married-women
କଳାହାଣ୍ଡି, ଅଗଷ୍ଟ ୦୪ (ଖବର ଓଡ଼ିଶା):

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ କୁରମେଲ ଗ୍ରାମ ପଞ୍ଚାୟତର ବୁଦେଲଗୁମା ଗ୍ରାମରେ ଜଣେ ଯୁବକ ଜୋର ଜବରଦସ୍ତ ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରିବା ସହ ଉକ୍ତ ଘଟଣା କାହା ଆଗରେ ପ୍ରକାଶ କଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ନର୍ଲା ଥାନାରେ ଅଭିଯୋଗ କରିଛନ୍ତି ପିଡିତା । ତାଙ୍କ ଅଭିଯୋଗ ଅନୁସାରେ ବବିତା ନିଆଲ (ଛଦ୍ମ ନାମ ) ନାମକ ବିବାହିତା ମହିଳା ସେପ୍ଟେମ୍ବର ୨୩ ତାରିଖ ଦିନ ତାଙ୍କ ଘରେ ନିଜ ଅଠର ମାସର ପୁଅକୁ ଧରି ଏକୁଟିଆ ଶୋଇ ଥିବା ବେଳେ ଉକ୍ତ ଗ୍ରାମର ପ୍ରେମାନନ୍ଦ ନାଏକ ଘରକୁ ପଶି ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା ଏବଂ ଏହି କଥା ବାହାରେ କାହାକୁ କହିଲେ ମା ଓ ପୁଅକୁ ଜୀବନରେ ମାରିଦେବାକୁ ଧମକ ଦେଇ ଥିବା ନର୍ଲା ଥାନାରେ ଅଭିଯୋଗ କରଛି ମହିଳା । ଏ ନେଇ ନର୍ଲା ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ଜଣକ ଫେରାର ଥିବା ଜଣାପଡିଛି । ଅନ୍ୟ ପଟେ ପିଡିତାଙ୍କ ଦିଅରକୁ ଅଭିଯୁକ୍ତଙ୍କ ସମ୍ପର୍କୀୟ ଧମକ ଚମକ ଦେଉ ଥିବା ବେଳେ ମହିଳା ଜଣକ ଯଥାଶୀଘ୍ର ନ୍ୟାୟ ନମିଳିଲେ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ତ ହେବା ସହ ନିଜ ଜୀବନ ହାରିଦେବି ବୋଲି ଚେତାବନୀ ଦେଇଛନ୍ତି ।

  • Tags:

Subscribe

National International State Sports Entertainment