କାନପୁର: ଉତ୍ତର ପ୍ରଦେଶର କାନପୁରରେ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି। ଏଠାରେ ଜଣେ ମହିଳାଙ୍କର ତିନି ଝିଅ ଥିଲେ। ସେ କିନ୍ତୁ ପୁତ୍ର ସନ୍ତାନ ଚାହୁଁଥିଲେ। କୋଳକୁ ପୁଅ ଆସୁ ନଥିବାରୁ ପିଲାଚୋରଣୀ ହୋଇଯାଇଥିଲେ। ମହିଳା ଜଣକ କାନପୁର ବଜାରରୁ ଏକ ଶିଶୁପୁତ୍ରକୁ ଚୋରି କରିଥିଲେ। ଏହି ମାମଲା ପୁଲିସ ଥାନାରେ ପହଞ୍ଚି ଥିଲା। ପୁଲିସ ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତ ଓ ଶିଶୁପୁତ୍ରକୁ ଠାବ କରିଥିଲା।
କାନପୁର ନିବାସୀ ରାହତ ଜହାଁଙ୍କର ତିନି ଝିଅ ଅଛନ୍ତି। ସେ ଏକ ପୁତ୍ର ସନ୍ତାନ ଚାହୁଁଥିଲେ। ସେ ଏହି କଥାକୁ ମା’ ରୋଶନ ଜହାଁକୁ କହିଥିଲେ । ଏହା ପରେ ଉଭୟ ମା’-ଝିଅ କୌଣସି ସ୍ଥାନରୁ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଚାହିଁଥିଲେ । କିନ୍ତୁ ଏହା ମିଳିନଥିଲା।
ଗତ ଶୁକ୍ରବାର ଦିନ ଶୁକ୍ରବାର ରାହତ ଜହାଁ ମାଙ୍କ ସହିତ ବଜାରକୁ କିଣାକିଣି କରିବାକୁ ଯାଇଥିଲେ। ସେହି ସମୟରେ ଦୁଇ ଶିଶୁ ନିଜର ୯ମାସର ଭାଇକୁ ନେଇ ବୁଲୁଥିଲେ। ସେହି ସମୟରେ ରାହତ ଜହାଁ ଓ ତାଙ୍କର ମା’ ରୋଶନ ଜହାଁଙ୍କ ନଜର ଛୋଟଛୋଟ ପିଲାଙ୍କ ଉପରେ ପଡ଼ିଥିଲା। ସେମାନେ ତୁରନ୍ତ ଶିଶୁକୁ ସେଠାରୁ ଚୋରି କରିବାର ଯୋଜନା କରିଥିଲେ। ଏହା ପରେ ରାହତ ଜହାଁ ସର୍ବ ପ୍ରଥମେ ଦୁଇ ବଡ଼ ଶିଶୁଙ୍କୁ ଖାଇବାକୁ ଦେଇଥିଲେ। ଏହି ସମୟରେ ୯ମାସର ଶିଶୁକୁ ରାହତ ନେଇ ସେଠାରୁ ଫେରାର ହୋଇଯାଇଥିଲା।
ପୁଲିସ କହିବା ଅନୁସାରେ ଚୋରି କରାଯାଇଥିବା ଶିଶୁର ବାପା ଅଫତାବ୍ ଓ ମା’ ମୋମିନା। ଶିଶୁର ଦୁଇ ଭଉଣୀ ତାକୁ ବଜାର ନିକଟରେ ଖେଳାଳଉଥିଲେ। ଡିସିପି ସେଣ୍ଟ୍ରାଲ ଆରଏସ୍ ଗୌତମଙ୍କ କହିବା ଅନୁସାରେ ଅଭିଯୋଗ ନେଇ ମାମଲା ରୁଜୁ ପରେ ଶିଶୁକୁ ଉଦ୍ଧାର ପାଇଁ ୮ଟି ଟିମ୍ ଗଠନ କରାଯାଇଥିଲା। ଉଦ୍ଧାର କାମରେ କ୍ରାଇମ୍ ବ୍ରାଞ୍ଚର ଟିମ୍ ଓ ସର୍ଭିଲାନ୍ସ ଟମ୍ ତିଲେ। ପୂରା ୬୦୦ ସିସିଟିଭି ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ଜଣେ ମିହଳାଙ୍କ ଦ୍ୱାରା ଶିଶୁ ଚୋରି ଘଟଣା ଜଣାପଡ଼ିଥିଲା।