ମହଙ୍ଗା ପଡ଼ିଲା ପର୍ଯ୍ୟଟକଙ୍କୁ ମାଡ଼, ଅନ୍ୟାଦେଶ ପର୍ଯ୍ୟନ୍ତ ମୁଣ୍ଡଳି ଟୋଲ୍ ଗେଟ ସିଲ କଲା ପ୍ରଶାସନ
Khabar Odisha:After-attack-on-Chhattisgarh-tourists-admin-seals-Mundali-toll-gate-in-Cuttack
ଖବର ଓଡିଶା : 25/05/2023

କଟକ ମୁଣ୍ଡଳି ଟୋଲ ଗେଟରେ ପର୍ଯ୍ୟଟକଙ୍କୁ ମାଡ଼ ପରେ କାର୍ଯ୍ୟାନୁଷ୍ଠାନ । ଅନ୍ୟାଦେଶ ପର୍ଯ୍ୟନ୍ତ ମୁଣ୍ଡଳି ଟୋଲ ଗେଟକୁ ସିଲ କରିଛି ଜିଲ୍ଲା ପ୍ରଶାସନ । ଗତକାଲି ସନ୍ଧ୍ୟାରେ ପୁଲିସ ଉପସ୍ଥିତିରେ ପ୍ରଶାସନର ଅଧିକାରୀ ଟୋଲ୍ ଗେଟକୁ ସିଲ୍ କରିଛନ୍ତିା ସେପଟେ ଏହି ଘଟଣାରେ ୪ଜଣ ଟୋଲ କର୍ମଚାରୀଙ୍କୁ ଗିରଫ କରାଯାଇଛି l 

ସୂଚନା ଅନୁସାରେ ଦୁଇ ଦିନ ପୂର୍ବରୁ ଛତିଶଗଡରୁ ୨ଟି ବସ୍‌ରେ ଟୁରିଷ୍ଟମାନେ ଓଡ଼ିଶାର ବିଭିନ୍ନ ସ୍ଥାନ ବୁଲିବାକୁ ଆସିଥିଲେ । ପୁରୀ ଓ ନନ୍ଦନକାନନ ବୁଲି ପର୍ଯ୍ୟଟକ ମାନେ ଛତିଶଗଡ଼ ଫେରୁଥିଲେ । ହେଲେ ମୁଣ୍ଡଳି ଟୋଲ ଗେଟରେ କର୍ମଚାରୀମାନେ ବସ ଡ୍ରାଇଭରକୁ ଗେଟରେ ପାରି ହେବା ପାଇଁ ଟୋଲ ଟଙ୍କା ମାଗିଥିଲେ । ତେବେ ଟୋଲ୍ ଗେଟ୍‌ କର୍ମଚାରୀମାନେ ଧାର୍ଯ୍ୟ ରାଶି ଠାରୁ ଟୋଲ ଅଧିକ ଟଙ୍କା ମାଗିଥିବା ବସ୍‌ ଡ୍ରାଇଭର ଅଭିଯୋଗ କରିଥିଲେ । ସେଥିପାଇଁ ମୁହାଁମୁହିଁ ହୋଇଥିଲେ ଟୋଲ ଗେଟ କର୍ମଚାରୀ ଓ ଛତିଶଗଡ଼ ପର୍ଯ୍ୟଟକ । ଏଥିରେ ଦୁଇ ଜଣ ମହିଳାଙ୍କ ସମେତ ୧୦ ଜଣ ଆହତ ହୋଇଥିଲେ । ଟୋଲ ଗେଟ କର୍ମଚାରୀ ଛତିଶଗଡ଼ରୁ ଆସିଥିବା ଦୁଇଟି ତୀର୍ଥଯାତ୍ରୀ ବସକୁ ବାଡେଇ ଭାଙ୍ଗି ଥିବା ସହ ପରେ ଟୁରିଷ୍ଟ, ଡ୍ରାଇଭରଙ୍କୁ ଠେଙ୍ଗାବାଡ଼ିରେ ପିଟିଥିଲେ ଟୋଲ ଗେଟ କର୍ମଚାରୀ । ଏହି ଘଟଣାରେ ୪ଜଣ ଟୋଲ କର୍ମଚାରୀଙ୍କୁ ଗିରଫ କରାଯାଇଛି l ଜାମିନ୍ ନାମଞ୍ଜୁର ହେବାରୁ ୪ ଜଣଙ୍କୁ ଜେଲ୍ ପଠାଇ ଦିଆଯାଇଛି । ଏହା ସହ ମୁଣ୍ଡଳୀ ଠାରେ ଥିବା ଟୋଲ ଗେଟକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି । ପର୍ଯ୍ୟଟକଙ୍କୁ ସ୍ୱତନ୍ତ୍ର ବସ ଯୋଗେ ଛତିଶଗଡ଼ ପଠାଇ ଦିଆଯାଇଥିବା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Subscribe

National International State Sports Entertainment