ସ୍ୱାମୀ-ସ୍ତ୍ରୀ ସମ୍ପର୍କରେ କଳଙ୍କ, ଛାଡ଼ପତ୍ର ପରେ ସଇତାନ୍ ସାଜିଲା ସ୍ୱାମୀ
Khabar Odisha:After-Divorce-Husband-Raped-his-Wife-in-Balesore

ବାଲେଶ୍ୱର, ଜୁଲାଇ ୨୬ (ଖବର ଓଡ଼ିଶା): ସ୍ୱାମୀ-ସ୍ତ୍ରୀ ସମ୍ପର୍କରେ କଳଙ୍କ । ନିଜ ସ୍ତ୍ରୀ ପାଇଁ ସଇତାନ୍ ସାଜିଲା ସ୍ୱାମୀ । ସ୍ତ୍ରୀ ଛାଡ଼ପତ୍ର ଦେବା ପରେ ପର ଲୋକ ମାନଙ୍କ ସହ ମିଶି ସ୍ତ୍ରୀ କୁ ଦୁଷ୍କର୍ମ କଲା ସ୍ୱାମୀ ।

ଏଭଳି ଏକ ଲୋମ ହର୍ଷଣକାରୀ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଔପଦା ବ୍ଲକ୍ ରେ । ସୂଚନା ଅନୂସାରେ ସମ୍ପୃକ୍ତ ଅଞ୍ଚଳର ଜଣେ ମହିଳା ନିଜ ସ୍ୱାମୀଙ୍କ ନାମରେ ଆଣିଛନ୍ତି ଦୁଷ୍କର୍ମ ଅଭିଯୋଗ । ପୀଡିତା ମହିଳାଙ୍କ ଅଭିଯୋଗ ଅନୂଯାଇ ତାଙ୍କ ସ୍ୱାମୀ ଓ ତାଙ୍କ ମଧ୍ୟରେ ପାରିବାରିକ କଳହରୁ ଦୀର୍ଘ ଦିନ ହେବ ବିବାହ ବିଚ୍ଛେଦ ହୋଇଥିଲା।

ମାତ୍ର ଦୁଇ ଦିନ ତଳେ ମହିଳା ଜଣଙ୍କୁ କୌଣସି କାମରୁ ଘରକୁ ଫେରୁଥିବା ବେଳେ ହଠାତ୍ ତାଙ୍କ ସ୍ୱାମୀ ଓ ସ୍ୱାମୀ କାମକରୁଥିବା ମାଲିକ ତାଙ୍କୁ ଏକ ଅଜଣା ଯାଗାକୁ ଅପହରଣ କରି ଦେଇ ଗଣଦୁଷ୍କର୍ମ କରିଥିଲେ । ଏହାପରେ କାହିଁକି ସୁନ୍ଦର ଦେଖାଯାଉଛ ବୋଲି କହି ମହିଳାଙ୍କୁ ଅଧା ଲଣ୍ଡା କରିଦେଇଥିବା ମଧ୍ୟ ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ।

ଏହି ଘଟଣା କୁ ନେଇ ଗାଁରେ ବୈଠକ ବସାଇ ମହିଳା ଜଣଙ୍କ ନ୍ୟାୟ ଆଶା କରିଥିଲେ ସୁଦ୍ଧା ସବୁ ବୃଥା ଯାଇଥିଲା ଓ ଶେଷରେ ମହିଳା ଜଣଙ୍କ ନିଜ ସ୍ୱାମୀଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣି ପୋଲିସ୍ ର ଦ୍ୱାରସ୍ଥ ହୋଇଛନ୍ତି ।

  • Tags:

Subscribe

National International State Sports Entertainment