ପୁଣେ: ମହାରାଷ୍ଟ୍ରର ପୁଣେର ସ୍ୱର୍ଗେଟ ବସଷ୍ଟାଣ୍ଡରେ ଘଟିଥିବା ଦୁଷ୍କର୍ମ ମାମଲାର ଅଭିଯୁକ୍ତ ଦତ୍ତାତ୍ରେୟ ରାମଦାସ ଗାଡେକୁ ପୁଲିସ ଗିରଫ କରିଛି। ଶୁକ୍ରବାର ମଧ୍ୟରାତ୍ରିରେ ପୁଣେର ଶିରୁର ତହସିଲରୁ ଅଭିଯୁକ୍ତକୁ ପୁଣେ ପୁଲିସ ଗିରଫ କରିଛି। ଏବେ ପୁଲିସ ତାଙ୍କୁ ପଚରାଉଚରା କରିବ। ହିଷ୍ଟ୍ରିସିଟର ଗାଡେ (୩୭) ମଙ୍ଗଳବାର ସକାଳେ ବସ୍ ଭିତରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଥିଲା। ଗୁରୁବାର ପୁଣେ ଜିଲ୍ଲାର ଶିରୁର ତହସିଲରେ ଥିବା ଆଖୁ କ୍ଷେତରେ ସର୍ଚ୍ଚ ଅପରେସନରେ ପୁଲିସ ସନ୍ଧାନୀ କୁକୁର ଏବଂ ଡ୍ରୋନ ମୁତୟନ କରିଥିଲା। ପୁଣେ ଓ ଅହଲ୍ୟାନଗର ଜିଲ୍ଲାରେ ଚୋରି, ଡକାୟତି ଓ ଚେନ୍ ସ୍ନେଚିଂ ମାମଲାରେ ଗାଡେଙ୍କ ନାମ ରହିଛି। ଏକ ଅପରାଧ ପାଇଁ ସେ ୨୦୧୯ରୁ ଜାମିନରେ ଥିଲା। ଅଭିଯୁକ୍ତଙ୍କୁ ଧରିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ୧୩ଟି ପୁଲିସ ଟିମ୍ ମୁତୟନ କରାଯାଇଥିଲା।
ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ସୂଚନା ଦେଉଥିବା ବ୍ୟକ୍ତିଙ୍କୁ ପୁଲିସ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା। ସୂଚନାଦାତାଙ୍କ ନାମ ମଧ୍ୟ ଗୋପନ ରଖାଯିବ ବୋଲି କୁହାଯାଇଥିଲା। ଅଭିଯୁକ୍ତ ଗାଡେଙ୍କ ବିରୋଧରେ ପୂର୍ବରୁ ଅନେକ ମାମଲା ରୁଜୁ ହୋଇଥିଲା।
ମଙ୍ଗଳବାର ସକାଳ ପ୍ରାୟ ୬ଟା ବେଳେ ଏହି ଘଟଣା ଘଟିଥିଲା। ଯୁବତୀ ଜଣକ ବସ୍ଷ୍ଟାଣ୍ଡରେ ଠିଆ ହୋଇ ସତାରା ଜିଲ୍ଲାର ଫାଲତାନକୁ ବସ୍କୁ ଅପେକ୍ଷା କରିଥିଲେ। ଏହାପରେ ଅଭିଯୁକ୍ତ ତାଙ୍କୁ ନିଜ ଶବ୍ଦରେ ନେଇ ଷ୍ଟାଣ୍ଡରେ ଛିଡ଼ା ହୋଇଥିବା ଅନ୍ୟ ଏକ ଖାଲି ବସକୁ ନେଇ ଦୁଷ୍କର୍ମ କରିଥିଲେ।
ଅଧିକ ପଢ଼ନ୍ତୁ: ଅଭିଯୁକ୍ତ ସମ୍ପର୍କରେ ସୂଚନା ଦେଲେ ଲକ୍ଷେ ଟଙ୍କା ମିଳିବା ନେଇ ଘୋଷଣା