ବିବାହିତା ମହିଳାଙ୍କ ସନ୍ଦେହ ଜନକ ମୃତଦେହ ଉଦ୍ଧାର । ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧିନସ୍ଥ ନପଙ୍ଗ ନପଙ୍ଗ ପଞ୍ଚାୟତ କଵିସାହିର ଚଣ୍ଡୀ ମାଆ ପଡିଆ ନିକଟରୁ ମୃତ ଦେହ ଉଦ୍ଧାର କରାଯାଇଛି । ମୃତା ମହିଳା ଜଣକ ହେଲେ ମଣିନାଥପୁର ଗ୍ରାମର ତପସ୍ୱିନୀ ଦାସ ।
ସୂଚନା ଅନୁଯାୟୀ ତପସ୍ୱିନୀ ଗୋଟିଏ ବର୍ଷ ପୂର୍ବରୁ ନପଙ୍ଗ ଗାଁର ସିପୁନ ଦାସଙ୍କୁ ବିବାହ କରିଥିଲେ । ସିପୁନ ଦାସ ପୂର୍ବରୁ ମଧ୍ୟ ଜଣଙ୍କୁ ବିବାହ କରିଥିବା ବେଳେ ତପସ୍ୱିନୀଙ୍କୁ ଭଲ ପାଇ ବିବାହ କରିଥିଲେ । ତେବେ ବିବାହର ଏକ ବର୍ଷ ଭିତରେ ତପସ୍ୱିନୀଙ୍କୁ ବିଭିନ୍ନ ସମୟରେ ସିପୁନ ଓ ତାଙ୍କ ପରିବାର ଲୋକେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ ବୋଲି ମୃତା ତପସ୍ୱିନୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ଆଜି ସକାଳୁ ହଠାତ ଚଣ୍ଡୀମାଆ ପଡିଆ ନିକଟରେ ସନ୍ଦେହ ଜନକ ଭାବେ ତପସ୍ୱିନୀଙ୍କ ମୃତ ଦେହ ପଡ଼ିଥିବା ଲୋକମାନେ ଦେଖିବାକୁ ପାଇଥିଲେ । ଏହା ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ମୃତ ତପସ୍ୱିନୀ ଗର୍ଭବତୀ ଥିଲେ ବୋଲି ସୂଚନା ମିଳିଛି ।
ଅଧିକ ପଢନ୍ତୁ ;-ନନ୍ଦନକାନନରେ ଆଖି ବୁଝିଲା ବଉଳା କୁମ୍ଭୀର