ଅଧିକ ଖାଇବା ମାଗିବାରୁ ଠେଙ୍ଗାରେ ବାଡେଇ ହତ୍ୟାକଲା ମା । ନଅ ବର୍ଷର ନାବାଳିକା ଝିଅକୁ ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଯାଇ ଡିଜେଲ ଢାଳି ଶବକୁ ପୋଡ଼ିବାକୁ ଚେଷ୍ଟା କରିଥିଲା ଜନ୍ମ କଲା ମା । ଝିଅ ଆତ୍ମହତ୍ୟା କରିଛି କହି ଥାନାରେ ଏତାଲା ଦେଇ ପୋଲିସ ଆଖିରେ ଧୂଳି ଦେଇ ଖସି ଯିବାର ଚେଷ୍ଟା କରି ଅସଫଳ ହୋଇଥିଲା । ପୋଲିସ ଅପରାଧୀକୁ ଅଟକ ରଖି ତଦନ୍ତ କରିବାରୁ ଲୋମ ଟଙ୍କୁରା ହତ୍ୟାକାଣ୍ଡର ଅସଲ କାହାଣୀ ସାମ୍ନାକୁ ଆସିଲା । ହତ୍ୟାର ଶିକାର ହୋଇଥିବା ନାବାଳିକାର ନାମ ତୁଳାବାଇ ମାଝୀ ହୋଇଥିବା ବେଳେ ହତ୍ୟାକରିର ନାମ ତ୍ରିବେଣୀ ମାଝୀ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ପୋଲିସ ୧୬ ତାରିଖ ରେ ଲଷ୍ମୀଧର ମାଝୀ ଓ ତ୍ରିବେଣୀ ମାଝୀ ଙ୍କ ୯ବର୍ଷର ଝିଅ ତୁଳାବାଇ ମାଝୀଙ୍କ ଅର୍ଦ୍ଧ ଦଗ୍ଧ ଶବକୁ ଉଦ୍ଧାର କରିଥିଲେ, ଯାହାକୁ ନେଇ ତୁଳାବାଇ ଆତ୍ମହତ୍ୟା କରିଛି ବୋଲି ତ୍ରିବେଣୀ ଏକ ଏତଲା ଦେଇଥିଲେ । ତେବେ ତୁଳାବାଇ ଚନ୍ଦାହାଣ୍ଡିର ଧରାମାଳ ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ରହି ପାଠ ପଢୁଥିବାବେଳେ ଗ୍ରୀଷ୍ମଛୁଟିରେ ଘରକୁ ଆସିଥିଲେ l ୧୫ ତାରିଖ ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ତୁଲାବାଈ ବାହାରକୁ ଶୌଚ ପାଇଁ ଯାଉଛି କହି ଘରୁ ବାହାରି ଆଉ ଘରକୁ ଫେରି ନଥିଲେ l ଦୀର୍ଘ ସମୟ ଧରି ଶୌଚ କରି ଫେରୁନଥିବାରୁ ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରି ଏକ ନାଳ ଭିତରେ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ତୁଳାବାଇର ମୃତଦେହ ପଡିଥିବା ଦେଖି ତୁରନ୍ତ ରାଇଘର ମେଡିକାଲକୁ ନେଇ ଆଣିଥିଲେ । ହେଲେ ଡକ୍ଟର ତାଙ୍କୁ ମୃତଘୋଷଣା କରିଥିଲେ ବୋଲି ଏତଲାରେ ସୂଚନା ଦେଇଥିଲେ ତ୍ରିବେଣୀ ।
ଅପରପକ୍ଷରେ ଖବର ପାଇ ରାଇଘର ପୋଲିସ ମେଡିକାଲରେ ପହଞ୍ଚି ଶବ ଜବତ କରି ବ୍ୟାବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିଲେ । ପରିବାର ଲୋକେ ତୁଳାବାଇ ଆତ୍ମହତ୍ୟା କରିଛି ବୋଲି ଥାନାରେ ଲିଖିତ ଜଣାଇଥିଲେ ମଧ୍ୟ,ଚତୁର୍ଥ ଶ୍ରେଣୀର ଛାତ୍ରୀ ଆତ୍ମହତ୍ୟା କରିଥିବା ଘଟଣା ପୋଲିସକୁ ସନ୍ଦେହ ହୋଇଥିଲା ଏବଂ ଘଟଣାକୁ ଗୁରୁତର ସହ ନେଇ କିଭଳି ଓ କେଉଁ ପରିସ୍ଥିରେ ଏଭଳି ଘଟଣା ଘଟିଛି ତାହାର ତଦନ୍ତ ନିମନ୍ତେ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ନେଇ ଘଟଣା ସ୍ଥଳରେ ତଦନ୍ତ କରିଥିଲେ l ତଦନ୍ତରେ ତ୍ରିବେଣୀଙ୍କ ଉପରେ ସନ୍ଦେହ କରି ତାକୁ ଥାନାକୁ ଆଣି ଅଧିକ ତଦନ୍ତ କରିବାରୁ ତୁଳବାଇର ହତ୍ୟାର ଲୋମ ଟାଙ୍କୁରା କାହାଣୀ ସାମନାକୁ ଆସିଥିଲା ।
ତେବେ ଘଟଣା ଦିନ ସନ୍ଧ୍ୟାରେ ଘରକୁ ମାଝୀ ଦମ୍ପତି ପକୁଡି ଆଣିଥିଲେ ଏବଂ ତିନି ପୁଅ ଝିଅଙ୍କ ମଧ୍ୟରେ ପକୁଡି ବାଣ୍ଟିଥିଲେ ତ୍ରିବେଣୀ କିନ୍ତୁ ତୁଳାବାଇ ଅଧିକ ପକୁଡି ମାଗିବାରୁ ପାଖରେ ଥିବା ଏକ ଠେଙ୍ଗାରେ ତାଙ୍କ ମୁଣ୍ଡକୁ ମାରି ଥିଲେ ଯାହା ଫଳରେ ଘଟଣା ସ୍ଥଳରେ ତୁଳାବାଇ ମୃତ୍ୟୁ ବରଣ କରିଥିଲେ । ତ୍ରିବେଣୀ ପ୍ରମାଣ ଲୁଚାଇବାକୁ ଯାଇ ତୁଳାବାଇଙ୍କ ମୃତ ଶରୀରକୁ ଘର ପଛ ପାଖରେ ଥିବା ନାଳରେ ପକେଇ ଘରେ ଚୁଲି ଜଳାଇ ବାକୁ ରଖିଥିବା ଡିଜେଲକୁ ତୁଳାବାଇଙ୍କ ଶରୀରରେ ଢାଳି ନିଆଁ ଲଗେଇ ଦେଇଥିଲେ ଓ ଝିଅ ଆତ୍ମହତ୍ୟା କରିଥିବା ସମସ୍ତ ଙ୍କୁ କହିଥିଲେ । ପୋଲିସ କିନ୍ତୁ ଏତେ ଛୋଟ ଝିଅ ଆତ୍ମହତ୍ୟା କରିଥିବା ନେଇ ସନ୍ଧେହ କରି ରାଇଘର ଥାନା ଅଧିକାରୀ ରଘୁନାଥ ମାଝୀ ନେତୃତ୍ୱରେ ଟିମ ଗଠନ କରି ଅପରାଧୀ ମା କୁ ଆଇନ ହାତରୁ ଖସି ଯିବା ପୂର୍ବରୁ ଜେଲ କୁ ପଠାଇବାରେ ସଫଳ ହୋଇଛନ୍ତି । ଏହି ହତ୍ୟାକାଣ୍ଡ ସଂକ୍ରାନ୍ତରେ ରାଇଘର ଥାନା କେଶ ନମ୍ବର ୧୫୭/୨୪ ରେ ହତ୍ୟା ମାମଲା ରୁଜ୍ଜୁ କରିଛି ରାଇଘର ପୋଲିସ ।
ଅଧିକ ପଢନ୍ତୁ : ଭୋଟର୍ଙ୍କ ହାତରେ ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ