ଭିଜିଲାନ୍ସ ଜାଲରେ ମହିଳା ଆରଆଇ, ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ
Khabar Odisha:A-female-RI-in-the-vigilance-net-was-caught-taking-a-bribe-of-Rs-10000
କୋରାପୁଟ, ନଭେମ୍ବର ୧୮(ଖବର ଓଡିଶା):

ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ ଧରାପଡିଛନ୍ତି । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଦୁଧାରୀ ଆରଆଇ କ୍ଷୀରାବ୍ଧି ତନ୍ମୟା ସ୍ୱାଇଁ । ମୃତ୍ୟୁ ପଞ୍ଜୀକରଣ ପାଇଁ ଲାଞ୍ଚ ନେଉଥିବା ବେଳେ ବିଭାଗୀୟ ଅଧିକାରୀ ତାଙ୍କୁ ଧରିଛନ୍ତି । 

ସୂଚନା ଅନୁସାରେ, ଡୋଲିଆମ୍ବ ଗାଁର ଜୟରାମ ପାଙ୍ଗି ମୃତ୍ୟୁ ପଞ୍ଜୀକରଣ ପାଇଁ ତାଙ୍କ ପାଖକୁ ଯାଇଥିଲେ । ମାତ୍ର ଏଥିପାଇଁ ମହିଳା ଆରଆଇ ଜଣଙ୍କ ତାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପରେ ଜୟରାମ ଏନେଇ ଭିଜିଲାନ୍ସ ବିଭାଗ ସହ ଯୋଗାଯୋଗ କରିଥିଲେ । 

ତେବେ ଆଜି ୧୦ ହଜାର ଟଙ୍କା ନେଇ ଜୟରାମ ମହିଳା ଆରଆଇଙ୍କ ପାଖକୁ ଯାଇଥିଲେ । ଠିକ ଏହି ସମୟପରେ ଭିଜିଲାନ୍ସର ୬ ଜଣିଆ ଟିମ୍ ସେଠାରେ ପହଞ୍ଚିଥିଲେ । ଫଳରେ ମହିଳା ଆରଆଇଙ୍କୁ ଧରିଥିଲେ । ଏନେଇ ଭିଜିଲାନ୍ସ ଟିମ୍ ଅଧିକ ଖୋଳତାଡ ମଧ୍ୟ ଜାରି ରଖିଛି । 

  • Tags:

Subscribe

National International State Sports Entertainment