୮.୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
Khabar Odisha:85-quintal-ganja-seized-in-Kandhamal-one-held
କନ୍ଧମାଳ, ଅଗଷ୍ଟ ୦୮ (ଖବର ଓଡ଼ିଶା):

କନ୍ଧମାଳ ଜିଲ୍ଲା ଗୋଛାପଡକ୍ଷ ପୋଲିସ ବେଆଇନ ଭାବେ ଚାଲାଣ ହୋଇଥିବା ଗଞ୍ଜେଇ ଜବତ କରିବା ସହ ଜଣ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଉଛନ୍ତି ନରୋତ୍ତମ ପାଲିଆ । ସିଡିପିଓ ମହେନ୍ଦ୍ର ନାଥ ମୁର୍ମୁଙ୍କ ସୂଚନା ଅନୁଯାୟୀ ଶୁକ୍ରବାର ଗୋଛାପଡକ୍ଷ ଅଞ୍ଚଳରୁ ବୌଦ ଜିଲା କଣ୍ଟାମାଳ ଅଞ୍ଚଳକୁ ଗଞ୍ଜେଇ ଚାଲାଣ ପାଇଁ କେନ୍ଦୁଗୁଡା ଗ୍ରାମରେ ଗଞ୍ଜେଇ ରଖାଯାଇଥିବା ଖବର ପାଇ ପୋଲିସ ଚଢାଉ କରିଥିଲା । ଚଢାଉ ବେଳେ ଏକ ପିକଅପ୍‌ରେ ୧୩ ଟି ବସ୍ଥାରେ ୮ କୁଇଣ୍ଟାଲ ୫୦ କେଜି ଗଞ୍ଜେଇ ପାଇ ଜବତ କରିଥିଲେ । ଏହା ସହ ଏହି ଘଟଣାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଫୁଲବାଣୀ ସିଡିପିଓ ସୂଚନା ଦେଇଛନ୍ତି ।

  • Tags:

Subscribe

National International State Sports Entertainment