ମହଙ୍ଗା ପଡ଼ିଲା ରାଗିଂ। ଖଲ୍ଲିକୋଟ ଜୁନିୟର କଲେଜରେ ଛାତ୍ରୀଙ୍କୁ ରାଗିଂ ଘଟଣାରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ | ରାଗିଂ ଘଟଣାରେ ସଂପୃକ୍ତ ଥିବା ୭ ଜଣ ଛାତ୍ରଙ୍କୁ ସବୁ ଦିନ ପାଇଁ କ୍ୟାମ୍ପସରୁ ବାରଣ କରାଯାଇଛି । ଏନେଇ ନୋଟିସ ଜାରି କରିଛନ୍ତି କଲେଜ୍ କର୍ତ୍ତୃପକ୍ଷ । ଆଣ୍ଟି ରାଗିଂ କମିଟିର ତଦନ୍ତ ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଛାତ୍ରୀଙ୍କୁ ରାଗିଂ ନେଇ ନଭେମ୍ବର ୧୯ ରେ ହୋଇଥିଲା ଅଭିଯୋଗ ।
ସୂଚନାଯୋଗ୍ୟ ଯେ, କିଛି ଛାତ୍ରୀ ସେମାନଙ୍କୁ ସ୍କୁଲରେ ରାଗିଂ କରାଯାଉଥିବା ନେଇ ନଭେମ୍ବର ୧୯ ତାରିଖରେ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । ସିନିୟର ଛାତ୍ରମାନେ ଶ୍ରେଣୀ ଗୃହରେ ବାଣ ଫୁଟାଇବା ସହ ବିଶୃଙ୍ଖଳା କରୁଥିବା ସେମାନେ ଅଭିଯୋଗ କରିଥିଲେ । ଏହାପରେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ୭ ଛାତ୍ରଙ୍କୁ ସସପେଣ୍ଡ କରାଯାଇଛି । ଯଦି ବହିଷ୍କାର କରାଯାଇଥିବା ୭ ଜଣ ଛାତ୍ର କ୍ୟାମ୍ପସରେ ବୁଲିବେ ସେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ କୁହାଯାଇଛି ।