ପାରିବାରିକ କଳହର କରୁଣ ପରିଣତି, ସାନ ଭାଇର ଟାଙ୍ଗିଆ ଚୋଟରେ ନିଶ୍ଚିହ୍ନ ହୋଇଗଲା ବଡ ଭାଇର ପରିବାର
Khabar Odisha:4-members-of-a-family-including-two-minors-hacked-to-death-over-family-feud
ସୁନ୍ଦରଗଡ, ଫେବୃଆରୀ ୧୬ (ଖବର ଓଡ଼ିଶା):

ସୁନ୍ଦରଗଡ଼ ବଣାଇ ଦେଉଳହୁଡି ଗ୍ରାମରେ ଚାଞ୍ଚଲ୍ୟ । ପାରିବାରିକ କଳହରୁ ଗୋଟିଏ ପରିବାରର 4 ଜଣଙ୍କୁ ନିର୍ମମ ହତ୍ୟା । ବାପା, ମାଆ ଓ ଦୁଇ ଶିଶୁଙ୍କୁ ହାଣି ହତ୍ୟା କରିଯାଇଥିବା ସନ୍ଦେହ । ହତ୍ୟା କରିଥିବା ସନ୍ଦେହରେ ମୃତକଙ୍କ ସାନ ଭାଇକୁ ଅଟକ ରଖି ପଚରା ଉଚୁରା କରୁଛି ପୋଲିସ । ମୃତକ ଦୁଇ ଶିଶୁ ଜଣେ 7 ବର୍ଷର ଝିଅ ଓ 6 ବର୍ଷର ପୁଅ ଥିବା ସୂଚନା । 

ଜମିବାଡି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା । ଜମି ବାଡ଼ି ଭାଗକୁ ନେଇ ସାନ ଭାଇ ଓ ବଡ ଭାଇ ମଧ୍ୟରେ ବିବାଦ ଥିବାରୁ ଏହାକୁ ନେଇ ସାନ ଭାଇ ଟାଙ୍ଗିଆରେ ବଡ ଭାଇ ଓ ତା ର ପରିବାରକୁ ହାଣି ହତ୍ୟା କରିଥିବ ନେଇ ସନ୍ଦେହ କରୁଛି ପୋଲିସ । ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ମୃତ ଦେହ ଗୁଡିକ ଜବତ କରିଥିବାବେଳେ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । 

  • Tags:

Subscribe

National International State Sports Entertainment