ଜଙ୍ଗଲରେ ରାଜ କରୁଛନ୍ତି ଶିକାରୀ, ମାତିଛନ୍ତି ଜଙ୍ଗଲ ଦସ୍ୟୁ । ମନଇଚ୍ଛା ଶିକାର କରୁଛନ୍ତି ଶିକାରୀ । ଶିକାରୀଙ୍କ ଗୁଳିରେ ମରୁଛନ୍ତି ଜଙ୍ଗଲୀ ଜନ୍ତୁ । ଅଧିକ ଟଙ୍କା ଲୋଭରେ ଶିକାର କରୁଛନ୍ତି ଶିକାରୀ । କେତେ ବେଳେ କାଲରାପତରୀୟା ବାଘ ତା କେତେ ବେଳେ ହାତୀ । ଜଙ୍ଗଲୀ ପଶୁଙ୍କ ନଖ ଦାନ୍ତ ,ଚମଡା ଆଦିର ଚାହିଦା ଖୁବ ଅଧିକ । ତେବେ ଆଜି ଶିମିଳିପାଳ ଅଞ୍ଚଳରେ ହାତୀଦାନ୍ତ କାରବାର ନିମନ୍ତେ ଡିଲ୍ ସମୟରେ ଶିକାରୀଙ୍କୁ ମାଡି ବସିଥିଲା ବନ ବିଭାଗ ଟିମ ।
ସୂଚନା ଅନୁସାରେ ମୟୁରଭଞ୍ଜ ଜିଲ୍ଲା ବନ ବିଭାଗକୁ ଶିମିଳିପାଳ ଅଞ୍ଚଳ ରେ ହାତୀଦାନ୍ତ କାରବାର ହେଉଥିବା ନେଇ ବିଶ୍ୱସ୍ଥ ସୂତ୍ରରୁ ଖବର ମିଳିଥିଲା । ଖବର ପାଇ ଏସଟିପିଏଫ, ଜେଟିଏଫ, ବନ କର୍ମଚାରୀ ମାନେ ମିଳିତ ଭାବେ ଯଶିପୁର ଅଞ୍ଚଳରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ଦୁଇଟି ହାତୀଦାନ୍ତ ସହ ୧୦ଜଣଙ୍କୁ ଗିରଫ କରିଛି ଚଢ଼ାଉ ଟିମ । ଜବତ ହୋଇଥିବା ହାତୀଦାନ୍ତ ପ୍ରାୟ ୩୦କିଲୋ ୯ଗ୍ରାମର ଅଟେ । ତେବେ ହାତୀ ଦାନ୍ତ ଚାଲାଣର ଚେର କେତେ ପର୍ଯ୍ୟନ୍ତ ଲମ୍ବିଛି ତାହାର ତଦନ୍ତ ଜାରି ରଖିଛି ବନବିଭାଗ ।
ଅଧିକ ପଢନ୍ତୁ : ଉତ୍କଳ କେଶରୀଙ୍କୁ ଅସମ୍ମାନ ! ସ୍କୁଲ କାନ୍ଥରେ ହରେକୃଷ୍ଣ ମହତାବଙ୍କ ନାମ ଲେଖାଗଲା ଭୁଲ